ଓଡ଼ିଶାରେ ୧୭ ଲକ୍ଷ ବୁଲା କୁକୁର, ଦେଶରେ ଦ୍ୱିତୀୟ ସର୍ବାଧିକ

ଭୁବନେଶ୍ୱର: ଦେଶରେ ଦ୍ୱିତୀୟ ସର୍ବାଧିକ ବୁଲା କୁକୁର ଓଡ଼ିଶାରେ ରହିଛନ୍ତି। କେନ୍ଦ୍ର ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ପୁରୁଷୋତ୍ତମ ରୂପାଲା ସଂସଦରେ ଏହି ସୂଚନା ଦେଇଛନ୍ତି। ଓଡ଼ିଶାରେ ୧୭ ଲକ୍ଷରୁ ଅଧିକ ବୁଲା କୁକୁର ରହିଛନ୍ତି। ତେବେ ପ୍ରଥମ ସ୍ଥାନରେ ଉତ୍ତରପ୍ରଦେଶ ରହିଛି। ୨୦୧୯ ପ୍ରାଣୀ ଗଣନା ଅନୁସାରେ, ଉତ୍ତରପ୍ରଦେଶରେ ସର୍ବାଧିକ ୨୦ଲକ୍ଷ ୫୯ହଜାର ୨୬୧ ବୁଲା କୁକୁର ରହିଥିବାବେଳେ ଦ୍ୱିତୀୟରେ ଥିବା ଓଡ଼ିଶାରେ ୧୭ ଲକ୍ଷ ୩୪ ହଜାର ୩୩୯ ବୁଲା କୁକୁର ରହିଥିବା ଜଣାପଡ଼ିଛି। ଏହା ପଛକୁ ତୃତୀୟରେ ମହାରାଷ୍ଟ୍ର ୧୨ଲକ୍ଷ ୭୬ହଜାର ୩୯୯, ରାଜସ୍ଥାନ ୧୨ଲକ୍ଷ ୭୫ହଜାର ୫୯୬ ଓ କର୍ନାଟକରେ ୧୧ଲକ୍ଷ ୪୧ହଜାର ୧୭୩ ବୁଲା କୁକୁର ରହିଛନ୍ତି। ତେବେ ୨୦୧୨ ପ୍ରାଣୀ ଗଣନା ରିପୋର୍ଟ ଅନୁସାରେ ୨୦୧୯ରେ ଦୁଇଗୁଣ ବୃଦ୍ଧି ପାଇଛି। ୨୦୧୨ରେ ଓଡ଼ିଶାରେ ୮ ଲକ୍ଷ ୬୨ ହଜାର ବୁଲା କୁକୁର ଥିଲେ।

Related Articles

Back to top button