କୋମନା ବ୍ଲକରେ ଝାଡାବାନ୍ତି ଆତଙ୍କ, ୧୮ ଜଣ ଡାକ୍ତରଖାନାରେ ଭର୍ତ୍ତି

ନୂଆପଡା: କୋମନା ବ୍ଲକ ଜଟଗଡ ଗାଁରେ ପୁଣି ଝାଡାବାନ୍ତି ଆତଙ୍କ । ୧୩ ଜଣ ନୂଆପଡା ମୁଖ୍ୟ ଚିକିତ୍ସାଳୟ ଓ ୫ ଜଣ ତରବୋଡ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି । ମାଆ-ବାପାଙ୍କ ସେବା ପାଇଁ ଆସିଥିବା ଝିଅର ଝାଡାବାନ୍ତିରେ ମୃତ୍ୟୁ ଅଭିଯୋଗ ହୋଇଛି । ମୃତକ କୋଟ୍ରିବାହାଲ ଗ୍ରାମର ଫୁଲମତି ବନ୍ଦିଛୋର । ପୂର୍ବରୁ ଜଟଗଡ ଗାଁରେ ଝାଡାବାନ୍ତିରେ ଜଣକର ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଉର୍ଦ୍ଧ୍ୱ ଆକ୍ରାନ୍ତଙ୍କୁ ଚିକିତ୍ସା କରାଯାଇଥିଲା । ପୁଣି ସେହି ଗାଁକୁ ଝାଡାବାନ୍ତି ଫେରିଥିବା ବେଳେ ଗାଁକୁ କୋମନା ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରର ଏକ ଟିମ ପହଞ୍ଚି ଘର ଘର ବୁଲି ସ୍ବାସ୍ଥ୍ୟସେବା ଯୋଗାଉଛନ୍ତି । ଧିରେ ଧିରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ସୂଚନା ମିଳିଛି ।

Related Articles

Back to top button