ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଓଡ଼ିଶାର ୧୯ ଜଣଙ୍କୁ ପୋଲିସ ସେବା ପଦକ ପ୍ରଦାନ
ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ପୋଲିସ ସେବା ପଦକ ଘୋଷଣା କରାଯାଇଛି । ଓଡ଼ିଶାର ୧୯ ଜଣଙ୍କୁ ପୋଲିସ ସେବା ପଦକ ପ୍ରଦାନ କରାଯିବ । ଏଥର ୨ ଜଣ ପୋଲିସଙ୍କୁ ବିଶିଷ୍ଟ ସେବା ନିମନ୍ତେ ମିଳିବ ରାଷ୍ଟ୍ରପତି ପଦକ । ଭାରତ ସରକାରଙ୍କ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ପୁରସ୍କାର ଘୋଷଣା କରାଯାଇଛି ।
ପୋଲିସ ସେବା
କାର୍ଯ୍ୟରେ ବିଶିଷ୍ଟ ସେବା ପାଇଁ ପୋଲିସ ସୁପରିଟେଣ୍ଡଣ୍ଟ ସରୋଜ ସାମଲ ଏବଂ କନଷ୍ଟେବଳ ସତ୍ୟବାଦୀ ମଲ୍ଲିକଙ୍କୁ ରାଷ୍ଟ୍ରପତି ପଦକ ପ୍ରଦାନ କରାଯିବ । ସେହିପର ୬ ଜଣ ପୋଲିସ କର୍ମୀଙ୍କୁ ସାହସିକତା ପୁରସ୍କାର ପ୍ରଦାନ କରାଯିବ । ଜଣେ ସବଇନସ୍ପେକ୍ଟର୍, ୩ କନଷ୍ଟେବଳ ଓ ୨ ହାବିଲଦାର ସାହସିକତା ପୁରସ୍କାର ଗ୍ରହଣ କରିବେ । ଏସଆଇ ଗିରିଶ ଚନ୍ଦ୍ର ମାଝୀ, ହାବିଲଦାର ପବିତ୍ର କୁମାର ସାହୁ ଓ ଉମେଶ ମୁଣ୍ଡା ଏବଂ କନଷ୍ଟେବଳ ପିତାମ୍ବର ସତନାମୀ, କବି ଚନ୍ଦ୍ର ରାଉତ ଓ ସୁଶାନ୍ତ କୁମାର ସାଗରଙ୍କୁ ସାହସିକତା ପୁରସ୍କାର ପ୍ରଦାନ କରାଯିବ ।
ସେହିପରି ୧୧ ଜଣଙ୍କୁ ପୋଲିସଙ୍କୁ ଉଲ୍ଲେଖନୀୟ ସେବା ପଦକ ପ୍ରଦାନ କରାଯିବ । ସେମାନେ ହେଲେ କନଷ୍ଟେବଲ ପରିତୋଷ ମଣ୍ଡଳ, ଏସଆଇ ଏସ୍.କେ. ଅବଦୁଲ୍ ଫୟାଜ୍, କନଷ୍ଟେବଲ୍ ମହମ୍ମଦ ତୋସିଫ୍ ରବାନୀ, ଏଏସଆଇ ଶରତ ଚନ୍ଦ୍ର ବେହେରା, କନଷ୍ଟେବଳ ତ୍ରିଲୋଚନ ବୁଧିଆ, ଏଏସଆଇ ତେଜ ବାହାଦୁର ଗୁରୁଙ୍ଗ, ହାବିଲଦାର ଅତୁଲ କୁମାର ବିଶ୍ୱାଳ, ହାବିଲଦାର ଜୟନ୍ତି ସୁନା, ହାବିଲଦାର ମନୋଜା କୁମାର ଜେନା, କନଷ୍ଟେବଳ ନରେଶ କୁମାର ଚୌଧୁରୀ ଓ ହାବିଲଦାର ଦେବ ପ୍ରସାଦ ମହାନ୍ତି ।
ଅଗ୍ନିସେବା
ସେହିପରି ଅଗ୍ନି ସେବାରେ ବିଶିଷ୍ଟ ସେବା ପାଇଁ ଭ୍ରମରବର ସେଠ ରାଷ୍ଟ୍ରପତି ପଦକ ଗ୍ରହଣ କରିବେ । ଉଲ୍ଲେଖନୀୟ ସେବା ପାଇଁ ୪ ଜଣଙ୍କୁ ମେଡ଼ାଲ୍ ପ୍ରଦାନ କରାଯିବ । ସେମାନେ ହେଲେ ପ୍ରଶାନ୍ତ କୁମାର ସାହୁ, ବିଶ୍ୱରଞ୍ଜନ, ଅଭିମନ୍ୟୁ ପ୍ରଧାନ ଓ ନାଗେନ୍ଦ୍ର କୁମାର ବଳ ।
ହୋମଗାର୍ଡ ଏବଂ ନାଗରିକ ସୁରକ୍ଷା
ହୋମଗାର୍ଡ ଏବଂ ନାଗରିକ ସୁରକ୍ଷା କ୍ଷେତ୍ରରେ ୨ଜଣ ରାଷ୍ଟ୍ରପତି ପଦକ ପ୍ରଦାନ କରାଯିବ, ସେମାନେ ହେଲେ ସିଭିଲ୍ ଡିଫେନ୍ସ ଭଲିଣ୍ଟର ପ୍ରମୋଦ କୁମାର ରାଉତ ଓ ହୋମଗାର୍ଡ କମ୍ପାନୀ କମାଣ୍ଡର ସୌଭାଗ୍ୟ ପ୍ରଧାନ । ସେହିପରି ଉଲ୍ଲେଖନୀୟ ସେବା ପାଇଁ ଡିଫେନସ୍ ଭଲିଣ୍ଟର୍ ସଞ୍ଜୀବ କୁମାର ନାଏକ ପଦକ ଗ୍ରହଣ କରିବେ ।
କରେକ୍ସନାଲ ସର୍ଭିସ
କରେକ୍ସନାଲ ସର୍ଭିସରେ ସିନିୟର ସୁପରିଣ୍ଟେଣ୍ଡେଣ୍ଟ କୁଆଁର ମାରଣ୍ଡି ଓ ପରିଣ୍ଟେଣ୍ଡେଣ୍ଟ ସୁଚିତ୍ରା ଦାସ ମଧ୍ୟ ପ୍ରଦକ ଗ୍ରହଣ ।