ହନୁମାନ ଜୟନ୍ତୀ ପାଇଁ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି: ୨୦୦ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ

ଆଜି ହନୁମାନ ଜୟନ୍ତୀ ପାଇଁ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି। ଆଇନଶୃଙ୍ଖଳା ଦାୟିତ୍ୱରେ ୨୦୦ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ହୋଇଛନ୍ତି। ଶୋଭାଯାତ୍ରା ସମୟରେ ଅପ୍ରତିକର ପରିସ୍ଥିତି ଏଡାଇବା ପାଇଁ ୬୫୦ ସିସିଟିଭି ଓ ୪୦ ଡ୍ରୋନ ମୁତୟନ କରାଯାଇଛି । ହନୁମାନ ଜୟନ୍ତୀ ପାଇଁ ପୋଲିସ ପ୍ରସ୍ତୁତି ସଂପର୍କରେ ସୂଚନା ଦେଇଛନ୍ତି ଏଡିଜି, ଆଇନ ଶୃଙ୍ଖଳା ସଞ୍ଜୟ କୁମାର। ସମ୍ବେଦନଶୀଳ ଅଞ୍ଚଳରେ ସାଦା ପୋଷାକରେ ପଇଁତରା ମାରିବେ ପୋଲିସ । ସେମାନଙ୍କୁ ଭେହିକିଲ୍ ଯୋଗାଇ ଦିଆଯିବ। ପ୍ରତି ଜିଲ୍ଲାରେ ଅତ୍ୟାଧୁନିକ କଣ୍ଟ୍ରୋଲ ରୁମ ରହିଛି । ସମ୍ବେଦନଶୀଳ ସ୍ଥାନ ଗୁଡ଼ିକରେ ଅଧିକ ଫୋର୍ସ ମୁତୟନ କରାଯାଇଛି।

ରାଜ୍ୟର ବିଭିନ୍ନ ଧାମିର୍କସ୍ଥଳ ଗୁଡ଼ିକରେ ପୋଲିସ ପିକେଟିଂ କରୁଛି । ସମ୍ବଲପୁର ଓ ଭଦ୍ରକରେ ହାଇଆଲର୍ଟ ଜାରି କରାଯାଇଛି । ସୋସିଆଲ ମିଡ଼ିଆ ପୋଷ୍ଟ ଉପରେ କଡ଼ା ନଜର ରଖାଯାଇଛି । ଗୁଜବକାରୀଙ୍କ ଉପରେ ନଜର ରଖିବା ପାଇଁ ସ୍ପେଶାଲ ସାଇବର ଟିମ ଗଠନ କରାଯାଇଛି। ସମ୍ବଲପୁରରେ ବଡ଼ ବଡ଼ ଏଲ୍ଇଡି ଓ ଡ୍ରୋନ୍ ସାହାଯ୍ୟରେ ସ୍ଥିତି ଉପରେ ନଜର ରଖାଯାଇଛି। ସାଦା ପୋଷାକରେ ପଇଁତରା ମାରିଥିବା ପୋଲିସ କର୍ମଚାରୀଙ୍କୁ ମୋବାଇଲ ଭେଇକିଲ ଦିଆଯାଇଛି।

Related Articles

Back to top button