ଏପ୍ରିଲ ୩୦ ତାରିଖରେ ଖାତାଦେଖା ଶେଷ : ମେ’ ୧୫ରୁ ୨୦ ତାରିଖ ମଧ୍ୟରେ ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ

ମେ’ ୧୫ରୁ ୨୦ ତାରିଖ ମଧ୍ୟରେ ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ । ଏପ୍ରିଲ ୨୮ରେ ଖାତା ଦେଖା ଶେଷ ହେବାକୁ ଥିବା ବେଳେ ଏପ୍ରିଲ ୩୦ ତାରିଖରେ ଖାତାଦେଖା ଶେଷ ହେବ । ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁଁ କେତେକ ସ୍ଥାନରେ ଖାତା ଦେଖିବାକୁ ସେଣ୍ଟର ଆସିବାକୁ ସମସ୍ୟା ହେଉଥିଲା । ଫଳରେ ସକାଳେ କି ସନ୍ଧ୍ୟାରେ ସେଣ୍ଟର ଖୋଲିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ୯୦ ପ୍ରତିଶତ ଖାତା ଦେଖା ସରିଛି । ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁଁ ମାଲକାନଗିରି ଓ ବରଗଡରେ କିଛି ସମସ୍ୟା ଦେଖାଯାଇଥିଲା । ଏହାସହ ଅନଲାଇନ ଅପଡେସନ ପାଇଁ ଦୁଇ ଦିନ ସମୟ ଲାଗିବ ବୋଲି ପରୀକ୍ଷା ନିୟନ୍ତ୍ରକ କହିଛନ୍ତି।

 

Related Articles

Back to top button