ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ୨ ଯବାନ ସହିଦ, ୪ ଯବାନ ଗୁରୁତର

ଛତିଶଗଡ଼ରେ କମ୍ବିଂ ଅପରେସନ ବେଳେ ଅଘଟଣ । ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ୨ ଯବାନ ସହିଦ ହୋଇଛନ୍ତି । ଏହି ବିସ୍ଫୋରଣରେ ୪ ଯବାନ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ତୁରନ୍ତ ରାୟପୁର ସ୍ଥାନାନ୍ତର କରାଯାଇଛି।ଖବର ଅନୁଯାୟୀ, ବିଜାପୁର ଜିଲ୍ଲା ତାରେମ ଥାନା ମାଣ୍ଡିମାର୍କା ଜଙ୍ଗଲରେ ନକ୍ସଲମାନେ ଏହି ବିସ୍ଫୋରଣ ଘଟାଇଛନ୍ତି। CRPF ଓ DRG ଯବାନଙ୍କ ପକ୍ଷରୁ କମ୍ବିଂ ଅପରେସନ ଚାଲୁଥିବା ବେଳେ ଏହି ଭୟଙ୍କର ବିସ୍ଫୋରଣ ଘଟିଛି। ଫଳରେ ଘଟଣାସ୍ଥଳରେ ୨ ଯବାନ ସହିଦ ହୋଇଛନ୍ତି । ସେମାନେ ହେଲେ ଏସଟିଏଫ ବାଟାଲିୟନର କନେଷ୍ଟବଳ ଭାରତ ସାହୁ ଏବଂ ସତେର ସିଂହ କାଙ୍ଗେ।ଏହି ବିସ୍ଫୋରଣରେ ୪ ଜଣ ଗୁରୁତର ହୋଇଥିବା ବେଳେ ତୁରନ୍ତ ସେମାନଙ୍କୁ ରାୟପୁର ସ୍ଥାନାନ୍ତର କରାଯାଇଛି। ଆହତ ଯବାନମାନେ ହେଲେ ପୁରୁଷୋତ୍ତମ ନାଗ,କୋମଳ ଯାଦବ,ସିୟାରମ ସୋରି ଓ ସଞ୍ଜୟ କୁମାର। ଘଟଣାସ୍ଥଳରେ ସୁରକ୍ଷା କର୍ମୀ ସର୍ଚ୍ଚ ଅପେରସନ ଜୋରଦାର କରୁଛନ୍ତି ।

Related Articles

Back to top button