ନାଲିକୁମ୍ପା ଜଙ୍ଗଲରେ ଲ୍ୟାଣ୍ଡମାଇନ ବିସ୍ପୋରଣରେ ୨ ଯବାନ ଆହତ

ଲ୍ୟାଣ୍ଡମାଇନ ବିସ୍ପୋରଣରେ ୨ ଯବାନ ଆହତ। ତେବେ ଏଭଳି ଏକ ଅଭାବନୀୟ ଘଟଣା ବୌଦ୍ଧ ଜିଲ୍ଲାରେ ଘଟିଥିବା ଜଣାପଡିଛି। ତେବେ କଣ୍ଟାମାଳ ଥାନା ନାଲିକୁମ୍ପା ଜଙ୍ଗଲ ଯବାନ ମାନେ ସର୍ଚ୍ଚ ଅପରେସନ କରୁଥିବା ବେଳେ ଲ୍ୟାଣ୍ଡମାଇନ ବିସ୍ପୋରଣ ହୋଇଛି। ଲ୍ୟାଣ୍ଡମାଇନ ବିସ୍ପୋରଣରେ ଆହତ ହୋଇଥିବା ଯବାନଙ୍କୁ ଉଦ୍ଧାର କରି ସୋନପୁର ଡାକ୍ତରଖାନାକୁ ନିଆଯାଇଛି।

ସୂଚନା ଅନୁଯାୟୀ, ବୌଦ୍ଧ ଜିଲ୍ଲାର କଣ୍ଟାମାଳ ଥାନା ନାଲିକୁମ୍ପା ଜଙ୍ଗଲରେ ଲ୍ୟାଣ୍ଡମାଇନ ବିସ୍ପୋରଣ ଫଳରେ ୨ ଜଣ ଏସ. ଓ.ଜି ଯବାନ ଆହତ ହୋଇଛନ୍ତି। ଆହତ ହୋଇଥିବା ଦୁଇଜଣ ଯବାନ ରସରlଜ ଶିରୋମଣି ନାୟକ ,ଉତ୍କଳ ପଟେଲ ବୋଲି ଜଣା ପଡ଼ିଥିବା ବେଳେ ତୁରନ୍ତ ଆହତ ଯବାନଙ୍କୁ ଏୟାର ଲିଫ୍ଟ କରାଯାଇଛି। ପ୍ରଥମେ ଆହତ ଯବାନମାନଙ୍କୁ ସୋନପୁର ମେଡିକାଲରେ ଭର୍ତ୍ତି କରାଯିବ ପରେ ବଲାଙ୍ଗୀର ଭୀମ ଭୋଇ ମେଡିକାଲକୁ ଆଣି ଚିକିତ୍ସା କରାଯାଉଛି। ତେବେ ଯବାନମାନେ କମ୍ବିଂ ଅପରେସନ କରୁଥିବା ବେଳେ ହଠାତ ଆଇଇଡି ବିସ୍ଫୋରଣ ହୋଇଥିବା ନେଇ ସୂଚନା ମିଳିଛି।

Related Articles

Back to top button