ଟ୍ରକ ଧକ୍କାରେ ୨ ନାବାଳକ ଛାତ୍ର ମୃତ

ବାଙ୍କୀରେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିବା ଖବର ସାମ୍ନାକୁ ଆସିଛି । ଏଥିରେ ଦୁଇ ଜଣ ନାବାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଅଛନ୍ତି । ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଦୁର୍ଘଟଣାକୁ ନେଇ ସ୍ଥାନୀୟ ଏବଂ ପରିବାର ଲୋକେ ଉତ୍ତ୍ୟକ୍ତ ହୋଇଛନ୍ତି ।

ସୂଚନା ଅନୁଯାୟୀ, ୩ ଜଣ ଛାତ୍ର ଟିଉସନ୍ ସାରି ବାଇକରେ ଘରକୁ ଫେରୁଥିବା ସମୟରେ ଏକ ଟ୍ରକ୍ ସହ ଧକ୍କା ହୋଇଛି । ଚକୁଳେଶ୍ୱର ଗାଁରୁ ସେମାନେ ଫେରୁଥିବା ବେଳେ ରଣଶଙ୍ଖ ଠାରେ ଏହି ଦୁର୍ଘଟଣାଟି ଘଟିଛି । ଘଟଣାସ୍ଥଳରେ ୩ଜଣ ନାବାଳକଙ୍କୁ ସ୍ଥାନୀୟ ହସ୍ପିଟାଲକୁ ନିଆଯାଇଥିଲା । ଡାକ୍ତର ସେଠାରେ ୨ଜଣଙ୍କୁ ମୃତ ଘୋଷଣା କରିଥିବା ବେଳେ ଜଣେ ଗୁରୁତରଙ୍କୁ ଏସସିବି ସ୍ଥାନାନ୍ତର କରାଯାଇଛି । ଏନେଇ ବାଙ୍କୀ ହସ୍ପିଟାଲରେ ଉତ୍ତେଜନା ଦେଖାଦେଇଛି । ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଚଳାଇଛି ।

Related Articles

Back to top button