
ଓଡ଼ିଶା ହାଇକୋର୍ଟରେ ନିଯୁକ୍ତ ହେଲେ ଦୁଇ ନୂଆ ବିଚରପତି
କଟକ: ଓଡ଼ିଶା ହାଇକୋର୍ଟକୁ ମିଳିଲେ ଦୁଇ ନୂଆ ବିଚାରପତି । ଦୁଇ ନୂଆ ବିଚରପତିଙ୍କୁ ଆଜି ନିଯୁକ୍ତି କରାଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଜଷ୍ଟିସ୍ ଗୌରୀ ଶଙ୍କର ଶତପଥୀ ଏବଂ ଜଷ୍ଟିସ୍ ଚିତ୍ତ ରଞ୍ଜନ ଦାସଙ୍କୁ ହାଇକୋର୍ଟରେ ନିଯୁକ୍ତ କରାଯାଇଥିବା ଆଇନ୍ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶ ବିଜ୍ଞପ୍ତିରୁ ଜଣାଯାଇଛି ।
ସୂଚନା ଥାଉକି ଦୁଇ ଜୁଡ଼ିସିଆଲ ଅଫିସରଙ୍କୁ ବିଚାରପତି ଭାବେ ନିଯୁକ୍ତ କରିବାକୁ ସୁପାରିଶ କରାଯାଇଥିଲା । ସୁପ୍ରିମ୍କୋର୍ଟ କଲେଜିୟମ ପକ୍ଷରୁ ନାମ ସୁପାରିଶ ହୋଇଥିବା ସୂଚନା ମିଳିଥିଲା । ଗୌରୀ ଶଙ୍କର ଶତପଥୀ ଓ ଚିତ୍ତ ରଞ୍ଜନ ଦାସଙ୍କ ନାଁ ସୁପାରିଶ କରିଥିଲା କଲେଜିୟମ ।