ଓଡ଼ିଶାର ୨ଟି ନୂଆ ରେଳ ଲାଇନ ପ୍ରକଳ୍ପକୁ ମିଳିଲା ମଞ୍ଜୁରୀ
ଭୁବନେଶ୍ୱର: ଓଡ଼ିଶାର ୨ଟି ନୂଆ ରେଳ ଲାଇନକୁ ସ୍ୱତନ୍ତ୍ର ପ୍ରକଳ୍ପକୁ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ୧୬.୫ କିମି ତାଳଚେର-ଅନୁଗୁଳ ନୂଆ ବ୍ରଡଗଜ୍ ଲାଇନକୁ ନେଇ ବିଜ୍ଞପ୍ତି ଜାରି ହୋଇଛି । ୧୬.୫ କିମି ନୂଆ ଲାଇନରେ ତାଳଚେରଠାରେ ୟାଇ କନେକ୍ସନ ହେବ । ଏହା ସହ ବରଗଡ଼-ନୂଆପଡ଼ା ରୋଡ ୧୪୨ କିମିକୁ ବି ସ୍ୱତନ୍ତ୍ର ପ୍ରକଳ୍ପ ଭାବରେ ମାନ୍ୟତା ମିଳିଛି । ୨ ନୂଆ ପ୍ରକଳ୍ପ ନେଇ ରେଳ ମନ୍ତ୍ରାଳୟ ପକ୍ଷରୁ ଗେଜେଟ ବିଜ୍ଞପ୍ତି ପ୍ରକାଶ ପାଇଛି । ବରଗଡ଼-ନୂଆପଡ଼ା ରୋଡ୍ ରେଳ ଲାଇନ୍ ପଦ୍ମପୁର ବାଟଦେଇ ଯିବ। ଏନେଇ ଗତ ପଦ୍ମପୁର ବିଧାନସଭା ଉପନିର୍ବାଚନ ସମୟରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏକ ନିର୍ବାଚନୀ ସଭାରେ ଘୋଷଣା କରିଥିଲେ। ଏହା ଏବେ ସଫଳ ରୂପ ନେଇଥିବା କୁହାଯାଉଛି।