କୁଆଖାଇରେ ବୁଡ଼ି ୨ ମୃତ, ୨ ନିଖୋଜ

ଭୁବନେଶ୍ବର: କୁଆଖାଇ ନଦୀରେ ବୁଡ଼ି ୨ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨ଜଣ ନିଖୋଜ ହୋଇଛନ୍ତି। ବାଲିଅନ୍ତା ଥାନା ଧବଳହାର ନିକଟରେ ୪ଜଣ ସାଙ୍ଗ ବୁଡ଼ିଯାଇଥିଲେ। ସେମାନଙ୍କ ମଧ୍ୟରୁ ୨ଜଣଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଥିବାବେଳେ ଅନ୍ୟ ୨ ଜଣ ନିଖୋଜ ଅଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ ଭୁବନେଶ୍ବରର ୮ଜଣ ସାଙ୍ଗ କୁଆଖାଇ ନଦୀକୁ ଗାଧୋଇବାକୁ ଯାଇଥିଲେ। ବାଲିଅନ୍ତା ଥାନା ଧବଳହାର ନିକଟରେ ସେମାନେ ଗାଧୋଉଥିବାବେଳେ ସେମାନଙ୍କ ମଧ୍ୟରୁ ୪ଜଣ ବୁଡ଼ି ଯାଇଥିଲେ। କୁଆଖାଇ ନଦୀରେ ୪ଜଣ ବୁଡ଼ି ଯାଇଥିବା ଖବର ପାଇ ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିଲା। ବୁଡ଼ି ଯାଇଥିବା ୪ଜଣଙ୍କ ମଧ୍ୟରୁ ୨ ଜଣଙ୍କ ମୃତଦେହ ଉଦ୍ଧାର କରିଥିବାବେଳେ ନିଖୋଜ ୨ଜଣଙ୍କୁ ଉଦ୍ଧାର ପାଇଁ ଅଗ୍ନିଶମ ବିଭାଗର ଉଦ୍ୟମ ଜାରି ରଖିଛି।

Related Articles

Back to top button