ରାୟଗଡାରେ ଋଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁକୁ ନେଇ ତନାଘନା ଜାରି: ରାୟଗଡା ଛାଡିଲେ ଆଉ ୨ ପର୍ଯ୍ୟଟକ

ରାୟଗଡା: ରାୟଗଡାରେ ଋଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁକୁ ନେଇ ତନାଘନା ଜାରି ରହିଛି । ସାଇ ଇଣ୍ଟରନ୍ୟାସନାଲ ହୋଟେଲରେ ୨୨ତାରିଖରେ ଜଣେ ଓ ୨୫ ତାରିଖରେ ଆଉ ଜଣେ ଋଷୀୟଙ୍କ ମୃତ୍ୟୁ । ପାଭେଲ ଆଣ୍ଟୋଭ ସାଙ୍ଗଙ୍କ ମୃତ୍ୟୁରେ ଭାଙ୍ଗିପଡିଥିଲେ । ସେ ଡିପ୍ରେସନରେ ଥିଲେ ବୋଲି କହିଛନ୍ତି ହୋଟେଲ ମ୍ୟାନେଜର । ଆଜି ଆଉ ୨ ପର୍ଯ୍ୟଟକ ରାୟଗଡା ଛାଡି ଭୁବନେଶ୍ୱର ଅଭିମୁଖେ ଆସୁଛନ୍ତି ।

ଏଠାରୁ ସେ ଋଷକୁ ଫେରିଯିବେ । ସେମାନେ ଋଷୀୟ ଏମ୍ୱାସୀରୁ ଡକ୍ୟୁମେଣ୍ଟ ଆସିବାକୁ ଅପେକ୍ଷା କରିଥିଲେ। ୨୨ତାରିଖରେ ଭ୍ଲାଦିମିର ବୁଦାନୋଭ ଓ ୨୫ ତାରିଖରେ ପଭେଲ ଆଣ୍ଟୋଭଙ୍କ ମୃତ୍ୟୁକୁ ନେଇ ଚିନ୍ତା ବଢିଛି । ବିତ୍ତଶାଳୀ ସାଂସଦ ଥିଲେ ପାଭେଲ ।

ହୋଟେଲରେ ଦକ୍ଷିଣାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତ ପହଞ୍ଚି ତଦନ୍ତ କରୁଛନ୍ତି । ଏସପି ବିବେକାନନ୍ଦ ଶର୍ମା ମଧ୍ୟ ଉପସ୍ଥିତ ଅଛନ୍ତି । ସେପଟେ ଆବଶ୍ୟକ ହେଲେ କ୍ରାଇମବ୍ରାଞ୍ଚ ତଦନ୍ତ ହେବ ବୋଲି କହିଛନ୍ତି ଡିସିପି ।

Related Articles

Back to top button