
ଅଜାଙ୍କ ଦଶାହ କର୍ମରେ ୨ ନାତି ମୃତ
ବାଲେଶ୍ୱର : ବାଲେଶ୍ୱରର ସୋରରେ ଶନିବାର ଏକ ଦୁଃଖଦ ଘଟଣା ଘଟି ଯାଇଛି। ଅଜାଙ୍କ ଦଶାହ କର୍ମରେ ଯୋଗ ଦେଇ ଚାଲିଗଲା ୨ ନାତିଙ୍କ ଜୀବନ। ମୃତ ଦୁଇ ନାତିଙ୍କ ନାମ ସଳିତ ଟୁଲୁଆ ପାଢ଼ୀ ଓ ଚନ୍ଦନ କର। ସେମାନଙ୍କ ବୟସ ୨୦ ରୁ ୨୫ ବର୍ଷ ମଧ୍ୟରେ ହେବ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଲଣ୍ଡା ହେବା ପରେ ୨ ନାତି ଗାଧୋଇବା ବେଳେ ବୁଡି ଯାଇଥିଲେ। ସେମାନଙ୍କୁ ଉଦ୍ଧାର କରାଯାଇ ମେଡିକାଲ ନିଆଯାଇଥିଲା। ମାତ୍ର ଡାକ୍ତର ସେଠାରେ ସେମାନଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାରେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।