ପୂର୍ବାହ୍ନ ୧୧ଟା ସୁଦ୍ଧା ୨୦.୩୮ ପ୍ରତିଶତ ମତଦାନ

ଝାରସୁଗୁଡା : ଝାରସୁଗୁଡା ଉପନିର୍ବାଚନ ଲାଗି ସକାଳ ୭ଟାରୁ ଶାନ୍ତିଶୃଙ୍ଖଳାର ସହ ମତଦାନ ଚାଲିଛି। ତେବେ ପୂର୍ବାହ୍ନ ୧୧ଟା ସୁଦ୍ଧା ଝରସୁଗୁଡାରେ ୨୦.୩୮ ପ୍ରତିଶତ ମତଦାନ ହୋଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି। ସେହିପରି ସକାଳ ୯ଟା ସୁଦ୍ଧା ୯.୭୫ ପ୍ରତିଶତ ମତଦାନ ହୋଇଥିଲା। ଏହି ପ୍ରକ୍ରିୟା ସଂଧ୍ୟା ୬ଟା ପର୍ଯ୍ୟନ୍ତ ଚାଲୁରହିବ ।

ଜିଲ୍ଲାରେ ୨୫୩ଟି ବୁଥରେ ମତଦାନ ପାଇଁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏହି ନିର୍ବାଚନରେ ୯ ଜଣ ପ୍ରାର୍ଥୀ ଥିବା ବେଳେ ଲଢିବେ ମୁଖ୍ୟତଃ ତ୍ରିମୁଖୀ ଦଳ । ବିଜେଡି ପ୍ରାର୍ଥୀରେ ଦିପାଳୀ ଦାସ, ବିଜେପି ପ୍ରାର୍ଥୀ ଟଙ୍କଦ ତ୍ରୀପାଠୀ ଏବଂ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ । ଏମାନଙ୍କୁ ମଧ୍ୟରୁ କାହାକୁ ଝାରସୁଗୁଡାବାସୀ ବାଛିବେ ତାହା ଉପରେ ସମସ୍ତଙ୍କ ନଜର ରହିଛି । ସମ୍ବେଦନଶୀଳ ବୁଥରେ ଅଧିକ ଫୋର୍ସଙ୍କୁ ମୁତୟନ କରାଯାଇଛି ।

ତେବେ କଡା ସୁରକ୍ଷା ଭିତରେ ଭୋଟିଂ ପ୍ରକ୍ରିୟା ଆରମ୍ଭ ହୋଇଛି ଏବଂ କେନ୍ଦ୍ରୀୟ ସୁରକ୍ଷା ବଳ ମଧ୍ୟ ଭୋଟିଂ ସେଣ୍ଟରରେ ଉପସ୍ଥିତ ଅଛନ୍ତି । ଭୋଟ କେନ୍ଦ୍ରରେ ଲୋକେ ସକାଳୁ ସକାଳୁ ଆବଶ୍ୟକୀୟ ଭୋଟର ପରିଚୟ ପତ୍ର ନେଇ ପହଁଚିଛନ୍ତି ଏବଂ ନିଜର ମତ ସାବ୍ୟସ୍ତ କରୁଛନ୍ତି ।

ବର୍ତ୍ତମାନ ଝାରସୁଗୁଡା ଉପନିର୍ବାଚନର ଭୋଟିଂ ଶାନ୍ତିଶୃଙ୍ଖଳାରେ ଚାଲିଛି । ତେବେ ଦିନ ୧୧ଟା ସୁଦ୍ଧା ୨୦.୩୮ ପ୍ରତିଶତ ମତଦାନର ସୂଚନା ମିଳିଛି । ଏନେଇ ପ୍ରେସମିଟରେ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା ପୁରୁଷ ଭୋଟ ଦେଲେଣି ୨୪,୩୯୮ । ସେହିପରି ୨୦,୭୮୫ ମହିଳା ଭୋଟର ଦେଇଛନ୍ତି ।

Related Articles

Back to top button