
୨୦ ଜାତିକୁ ଓବିସିରେ ସାମିଲ ପାଇଁ ସୁପାରିସ
ଭୁବନେଶ୍ୱର: ଓବିସିରେ ସାମିଲ ପାଇଁ ୨୦ ଜାତିକୁ ଚିହ୍ନଟ କରାଯାଇଛି। ଏନେଇ ରାଜ୍ୟ ଓବିସି କମିଶନ ସଦସ୍ୟା ମିତାଲି ଚିନାରା ସୂଚନା ଦେଇଛନ୍ତି। ଭୁଲ ବନାନ ଯୋଗୁ ବହୁ ଜାତି ପଛୁଆ ବର୍ଗ ତାଲିକାରୁ ବାଦ୍ ପଡ଼ିଛନ୍ତି। ୨୦ ଜାତିକୁ ଚିହ୍ନଟ କରାଯାଇ ସରକାରଙ୍କ ସୁପାରିସ ପାଇଁ ପଠାଯାଇଛି। ତେଣୁ ସରକାର ଯାହା ପଦକ୍ଷେପ ନେବେ ବୋଲି ମିତାଲି କହିଛନ୍ତି।