୨୦ ଜିଲାରେ ପତାକା ଉତ୍ତୋଳନ କରିବେ ମନ୍ତ୍ରୀ

ଭୁବନେଶ୍ୱର: ସାଧାରଣତନ୍ତ୍ର ଦିବସ ପାଖେଇ ଆସୁଥିବାରୁ ସବୁଠି ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ରାଜ୍ୟସ୍ତରୀୟ ପରେଡ ଆୟୋଜିତ ହେବାକୁ ଥିବାବେଳେ ୨୦ ଜିଲାରେ ମନ୍ତ୍ରୀ ପତାକା ଉତ୍ତୋଳନ କରିବେ । ଏ ନେଇ ଶୁକ୍ରବାର ଏକ ତାଲିକା ପ୍ରକାଶ ପାଇଛି ।
ତେବେ କେଉଁଠି କି’ଏ ପତାକା ଉତ୍ତୋଳନ କରିବେ ଜାଣନ୍ତୁ।

ମନ୍ତ୍ରୀ ଜଗନ୍ନାଥ ସାରକା- ଗଜପତି
ନିରଞ୍ଜନ ପୂଜାରି- କଟକ
ରଣେନ୍ଦ୍ର ପ୍ରତାପ ସ୍ବାଇଁ- ଗଞ୍ଜାମ
ପ୍ରଦୀପ କୁମାର ଅମାତ- ସୁବର୍ଣ୍ଣପୁର
ପ୍ରମିଳା ମଲ୍ଲିକ- ଜଗତସିଂହପୁର
ଉଷା ଦେବୀ- କେନ୍ଦୁଝର
ପ୍ରଫୁଲ୍ଲ କୁମାର ମଲ୍ଲିକ- କେନ୍ଦ୍ରାପଡ଼ାରେ
ପ୍ରତାପ କେଶରୀ ଦେବ- ପୁରୀ
ଅତନୁ ସବ୍ୟସାଚୀ ନାୟକ- ଢେଙ୍କାନାଳ
ନବ କିଶୋର ଦାସ- କଳାହାଣ୍ଡି
ଟୁକୁନି ସାହୁ- ମାଲକାନାଗିର
ଅଶୋକ ଚନ୍ଦ୍ର ପଣ୍ଡା- ମୟୁରଭଞ୍ଜ,
ରାଜେନ୍ଦ୍ର ଢୋଲକିଆ- ବରଗଡ଼
ସମୀର ରଞ୍ଜନ ଦାସ- ବାଲେଶ୍ୱର
ପ୍ରୀତି ରଞ୍ଜନ ଘଡେଇ- ସୁନ୍ଦରଗଡ଼ରେ
ଶ୍ରୀକାନ୍ତ ସାହୁ- କନ୍ଧମାଳ
ତୁଷାରକାନ୍ତି ବେହେରା- କୋରାପୁଟ
ରୋହିତ ପୂଜାରୀ- ବଲାଙ୍ଗୀର
ରୀତା ସାହୁ- ସମ୍ବଲପୁର
ବାସନ୍ତୀ ହେମୱ୍ରମ- ଦେଓଗଡ଼ରେ

ସେହିପରି ଅନୁଗୋଳ, ଭଦ୍ରକ, ବୌଦ୍ଧ, ଯାଜପୁର ଝାରସୁଗୁଡ଼ା, ଖୋର୍ଦ୍ଧା, ନୂଆପଡ଼ା, ନବରଙ୍ଗପୁର, ନୟାଗଡ଼ ଓ ରାୟଗଡ଼ାରେ ଜିଲାପାଳ ପତାକା ଉତ୍ତୋଳନ କରିବେ । ଅନ୍ୟପକ୍ଷେ ବ୍ରହ୍ମପୁରରେ ଦକ୍ଷିଣାଞ୍ଚଳ ଆର୍‌ଡିସି ପତାକା ଉତ୍ତୋଳନ କରିବାକୁ ସ୍ଥିର ହୋଇଥିବା ବେଳେ ରାଉରକେଲା ପରେଡରେ ଉତ୍ତରାଞ୍ଚଳ ଆରଡିସି ଅଭିବାଦନ ଗ୍ରହଣ କରିବେ।

Related Articles

Back to top button