କେମିକାଲ ମିଶା ରଙ୍ଗ ଖେଳି ବଲାଙ୍ଗୀରରେ ୨୦ ଜଣ ଯୁବକ ଅସୁସ୍ଥ

ରାଜ୍ୟ ତଥା ଦେଶରେ ବଡ଼ ଧୁମଧାମରେ ପାଳିତ ହୋଇଯାଇଛି ହୋଲି ପର୍ବ। ହେଲେ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ହୋଲିରେ କେମିକାଲ ମିଶା ରଙ୍ଗ ଖେଳି ଏଠାକାର ୨୦ ଜଣ ଯୁବକ ଅସୁସ୍ଥ ହୋଇଛନ୍ତି। ସମସ୍ତ ଗୁରୁତରଙ୍କୁ ବର୍ତ୍ତମାନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ, ଅଶୋକନଗର ଓ ଆନନ୍ଦ ନଗରରର ୨୦ ଜଣ ଯୁବକ ହୋଲି ଦିନ କେମିକାଲ ମିଶା ରଙ୍ଗ ଖେଳିଥିଲେ। ଗତକାଲି ସନ୍ଧ୍ୟାବେଳେ ସେମାନଙ୍କ ଦେହସାରା ଫୋଟକା ପରି ଫଳିଯାଇଥିଲା। ଏହାସହ ସେମାନେ ଗୁରୁତର ହୋଇପଡ଼ିଥିଲେ। ପରିବାର ଲୋକେ ସେମାନଙ୍କୁ କଣ୍ଟାବାଞ୍ଜି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ରଙ୍ଗରେ କିଛି କେମିକାଲ ମିଶିଥିବା ଯୋଗୁ ଏଭଳି ଦେହରେ ଫୋଟକା ହୋଇଥିବା ସନ୍ଦେହ କରାଯାଉଛି। ହେଲେ ଏ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ କ୍ଷ ଅନ୍ୟପଟେ ଅସୁସ୍ଥ ଯୁବକଙ୍କ ପରିବାର ଲୋକଙ୍କର ପ୍ରତିକ୍ରିୟା ମଧ୍ୟ ମିଳିପାରି ନାହିଁ।

Related Articles

Back to top button