୨୧ ଶିକାରୀ ଗିରଫ, ୧୬୫ ବନ୍ଧୁକ ଜବତ

ଶିମିଳିପାଳରେ ପୋଲିସକୁ ବଡ଼ ସଫଳତା। ସର୍ଚ୍ଚ ଅପରେସନ ବେଳେ ଶିମିଳିପାଳରୁ ମୋଟ ୨୧ ଜଣ ଗିରଫ ୧୬୫ ବନ୍ଧୁକ ଜବତ ହୋଇଥିଲା। ଏଥି ସହିତ ବନ୍ଧୁକ ତିଆରି କାରଖାନା ଓ ବନ୍ଧୁକ ତିଆରି ସରଞ୍ଜମ ମଧ୍ୟ ଜବତ ହୋଇଛି

ଏନେଇ ସୂଚନା ଦେଇ ମୟୂରଭଞ୍ଜ ଏସ୍ ପି ବି. ଗଙ୍ଗାଧର କହିଛନ୍ତି, ମୟୂରଭଞ୍ଜର ୧୪ଟି ଥାନା ଅଞ୍ଚଳରେ ସର୍ଚ୍ଚ ଅପରେସନ ପରେ ୧୬୫ ଦେଶୀ ବନ୍ଧୁକ ଓ ବନ୍ଧୁକ ତିଆରି ଯନ୍ତ୍ରାଂଶ ଜବତ କରଯାଇଛି । ଏଥିସହ ୫୦୦ ଗନ୍ ପାଉଡର, ବଜ୍ରକାପ୍ତା କାତି, ହରିଣ ଶିଙ୍ଗ ମଧ୍ୟ ଜବତ କରଯାଇଛି । ତେବେ ଏହି ଶିକାରୀମାନେ ଏତେ ପରିମାଣର ଅସ୍ତ୍ର କେଉଁଠୁ ଆଣିଲେ, କିଏ ଏହାକୁ ଯୋଗାଉଥିଲା ସେ ନେଇ ଖୋଳତାଡ ଚାଲିଛି।

Related Articles

Back to top button