ଦେଶର ୫୦ତମ ପ୍ରଧାନ ବିଚାରପତି ଭାବରେ ଶପଥ ଗ୍ରହଣ କ ଜଷ୍ଟିସ ଚନ୍ଦ୍ରଚୂଡ଼

୪୪ ବର୍ଷ ପୂର୍ବରୁ ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କ ପିତା ଓ୍ବାଇ.ଭି ଚନ୍ଦ୍ରଚୂଡ଼ ମଧ୍ୟ ଦେଶର ପ୍ରଧାନ ବିଚାରପତି ଥିଲେ

ନୂଆଦିଲ୍ଲୀ : ଜଷ୍ଟିସ ଧନଞ୍ଜୟ ଓ୍ବାଇ. ଚନ୍ଦ୍ରଚୂଡ଼ ଦେଶର ୫୦ ତମ ପ୍ରଧାନ ବିଚାରପତି ଭାବରେ ଶପଥ ଗ୍ରହଣ କରିଛନ୍ତି। ତାଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଜଷ୍ଟିସ ଚନ୍ଦ୍ରଚୂଡ଼ ତାଙ୍କ ପରିବାରର ଦ୍ୱିତୀୟ ପିଢ଼ି ଯିଏକି ନ୍ୟାୟିକ ବ୍ୟବସ୍ଥାର ଶୀର୍ଷକୁ ଉଠିଛନ୍ତି।

ତାଙ୍କ ପୂର୍ବରୁ ତାଙ୍କ ପିତା ଓ୍ବାଇ.ଭି ଚନ୍ଦ୍ରଚୂଡ଼ ମଧ୍ୟ ଦେଶର ପ୍ରଧାନ ବିଚାରପତି ଥିଲେ। ତାଙ୍କ ପରେ ଠିକ ୪୪ ବର୍ଷ ପରେ ଡି. ଓ୍ବାଇ. ଚନ୍ଦ୍ରଚୂଡ଼ ଏହି ପଦବୀ ହାସଲ କରିଛନ୍ତି। ତାଙ୍କର କାର୍ଯ୍ୟକାଳ ପ୍ରାୟ ଦୁଇ ବର୍ଷ ହେବ ଏବଂ ସେ ୧୦ ନଭେମ୍ବର ୨୦୨୪ ରେ ଅବସର ନେବେ। ୧୯୯୮ ରେ ସେ ଦେଶର ଅତିରିକ୍ତ ସୋଲିସିଟର ଜେନେରାଲ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ।

Related Articles

Back to top button