‘ଦି ହଣ୍ଡ୍ରେଡ୍ସ ଗେମ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍’ର ୧୦୦ ବଲ୍ ବିଶିଷ୍ଟ ମ୍ୟାଚରେ ପ୍ରଥମ ଶତକ

ଇଂଲଣ୍ଡରେ ଏବେ ଦି ହଣ୍ଡ୍ରେଡ୍ସ ଗେମ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍ ଖେଳାଯାଉଛି। ଏହି ଟୁର୍ଣ୍ଣାମେଣ୍ଟରେ ୧୦୦ ବଲର ମ୍ୟାଚ୍ ହୋଇଥାଏ। ପ୍ରତି ଦଳ ୧୦୦ଟି ଲେଖାଏଁ ବଲ ଖେଳିଥାନ୍ତି । ଏହାପରେ ମ୍ୟାଚର ଫଳାଫଳ ବାହାରିଥାଏ । ଅର୍ଥାତ ଏହା ଟି୨୦ ଓ ଟି୧୦ ମଧ୍ୟରେ ଏକ ଫର୍ମାଟ୍ ।

ଏହି୧୦୦ ବଲର ମ୍ୟାଚରେ ଅର୍ଦ୍ଧଶତକ ଲଗାଇବା ସହଜ କଥା ନୁହେଁ । ଶତକ ଲଗାଇବା ଏକପ୍ରକାର ଅସମ୍ଭବ । ଏଥିରେ ଜସ୍ ବଟଲର, ଲିଆମ ଲିଭିଂଷ୍ଟୋନ୍, ଜନି ବେୟରଷ୍ଟୋ ଓ ମୋଇଲ ଅଲ୍ଲୀଙ୍କ ଭଳି ଖେଳାଳି ଖେଳନ୍ତି । କିନ୍ତୁ କେହିହେଲେ ଶତକ ଲଗାଇ ନାହାଁନ୍ତି ।

୨୦୨ ଷ୍ଟ୍ରାଇକ୍ ରେଟ୍ ସହ ୧୦୧ ରନ୍

କ୍ରିକେଟ ଇତିହାସରେ ଜଣେ ୨୦ ବର୍ଷର ବ୍ୟାଟର ଏହି ଟୁର୍ଣ୍ଣାମେଣ୍ଟରେ ଦମଦାର ଶତକ ଲଗାଇଛନ୍ତି । ଇଂଲଣ୍ଡର ଏହି କ୍ରିକେଟର ଅପରାଜେୟ ଶତକ ଲଗାଇ ଦଳକୁ ଜିତାଇଛନ୍ତି । ଏହି ଟୁର୍ଣ୍ଣାମେଣ୍ଟରେ ଶତକ ଲଗାଇବାରେ ସେ ପ୍ରଥମ ଖେଳାଳି ପାଲଟିଛନ୍ତି । ତାଙ୍କର ଏହି ଦମଦାର ଇନିଂସକୁ ସମସ୍ତେ ପ୍ରଶଂସା କରୁଛନ୍ତି । ତେବେ ଶତକ ଲଗାଇଥିବା ବ୍ୟାଟର ହେଲେ ଓ୍ୱିଲ୍ ସ୍ମିଡ୍ ।

ବର୍ମିଂହାମ୍ ଫୋନିକ୍ସ ଓ ସଦର୍ଣ୍ଣ ବ୍ରେଭ୍ ମଧ୍ୟରେ ମୁକାବିଲା

ଟୁର୍ଣ୍ଣାମେଣ୍ଟର ଏକ ମୁକାବିଲାରେ ମୁହାଁମୁହିଁ ହୋଇଥିଲେ ବର୍ମିଂହାମ୍ ଫୋନିକ୍ସ ଓ ସଦର୍ଣ୍ଣ ବ୍ରେଭ୍ । ଫୋନିକ୍ସ ୫୩ ରନରେ ବିଜୟୀ ହୋଇଛି । ଫୋନିକ୍ସ ପାଇଁ ଖେଳୁଥିବା ସ୍ମିଡ୍ ୫୦ ବଲର ସାମ୍ନା କରି ୧୦୧ ରନ୍ କରିଥିଲେ । ଏହି ଇନିଂସରେ ସେ ୬ ଛକା ଓ ୮ ଚଉକା ଲଗାଇଥିଲେ । ଏହି ପାଳିରେ ତାଙ୍କ ଷ୍ଟ୍ରାଇକ୍ ରେଟ୍ ଥିଲା ୨୦୨ ।

୨୫ ରନ୍ ଦେଇ ୫ ଓ୍ୱିକେଟ୍ ନେଲେ ହେନରୀ ବ୍ରୁକସ୍

ସ୍ମିଡଙ୍କ ଇନିଂସ ବଳରେ ଫୋନିକ୍ସ ପ୍ରଥମେ ବ୍ୟାଟିଂ କରି ୪ ଓ୍ୱିକେଟ୍ ବିନିମୟରେ ୧୭୬ ରନ୍ କରିଥିଲା । ଅଧିନାୟକ ମୋଇନ ଅଲ୍ଲୀ ଏହି ଦଳର ଅଧିନାୟକ ଥିବା ବେଳେ ଦଳରେ ଲିଆମ ଲିଭିଂଷ୍ଟୋନ୍ ମଧ୍ୟ ଖେଳୁଥିଲେ । ୧୭୭ ରନର ଟାର୍ଗେଟର ପିଛା କରୁଥିବା ସଦର୍ଣ୍ଣ ବ୍ରେଭ୍ ୮୫ ବଲରେ ୧୨୩ ରନ୍ କରିପାରିଥିଲା । ଫେୀନିକ୍ସର ଦ୍ରୁତ ବୋଲର ହେନରୀ ବ୍ରୁକସ୍ ୨୫ ରନ୍ ଦେଇ ୫ ଓ୍ୱିକେଟ୍ ହାସଲ କରିଥିଲେ ।

Related Articles

Back to top button