ଗ୍ୟାସ ଲିକ କାରଣରୁ ୨୫ ଜଣ ଶ୍ରମିକ ଗୁରୁତର

ଭୁବନେଶ୍ୱର :  ଢେଙ୍କାନାଳର ଟାଟା ଷ୍ଟିଲ ପ୍ଲାଣ୍ଟରେ ଦେଖିବାକୁ ମିଳିଛି ଏକ ବଡ଼ ଅଘଟଣ । ଗ୍ୟାସ ଲିକ କାରଣରୁ ୨୫ ଜଣ ଶ୍ରମିକ ଗୁରୁତର ହୋଇଛନ୍ତି । ଏହି ଦୁର୍ଘଟଣା ପରେ ସମସ୍ତ ଗୁରୁତରଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କଣ୍ଟାବଣିଆ ମେରାମୁଣ୍ଡଳି ସ୍ଥିତ ଟାଟା ଷ୍ଟିଲ ପ୍ଲାଣ୍ଟର ଷ୍ଟିମ୍ ପାଇପ ଫାଟିବା ଫଳରେ ଏହି ଅଘଟଣ ଘଟିଥିଲା ।

ସୂଚନା ମୁତାବକ, ଅନଲାଇନ ସ୍କିନଲାଇନିଂ କାର୍ଯ୍ୟ ଜାରି ରହିଥିବା ସମୟରେ ଅତ୍ୟଧିକ ପ୍ରେସର କାରଣରୁ ପ୍ରୋଜେକ୍ଟିଂ ବ୍ଲାଷ୍ଟିଂ ହୋଇଥିଲା । ଏହି ଦୁର୍ଘଟଣାରେ କମ୍ପାନୀର ମେକାନିକାଲ ବିଭାଗୀୟ ମୁଖ୍ୟ ଗୁରୁତର ହୋଇଛନ୍ତି । ଗୁରୁତର ଶ୍ରମିକଙ୍କ ବିଷୟରେ ସଠିକ୍ ତଥ୍ୟ ମିଳିପାରି ନାହିଁ । ଫେଜ-୨ର ବିଏପିପି-୨ ପାୱାର ପ୍ଲାଣ୍ଟରେ ଏହି ଦୁର୍ଘଟଣା ଘଟିଥିଲା । କିଛି ଗୁରୁତରଙ୍କୁ କଟକର ଅଶ୍ୱିନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଜଣଙ୍କର ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଥିବା ଢେଙ୍କାନାଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୂଚନା ଦେଇଛନ୍ତି ।

Related Articles

Back to top button