ଗତ ୫ ଦିନ ମଧ୍ୟରେ ୨୬ଟି ମେଣ୍ଡାକୁ ମାରି ସାରିଲାଣି ଅଜଣା ଜନ୍ତୁ

ଭୁବନେଶ୍ୱର): କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକର ଗୁଣାଦୋଳା ଗାଁରେ ୧୦ଟି ମେଣ୍ଢାଙ୍କ ମୃତ୍ୟୁ ଘଟିଛି। ସ୍ଥାନୀୟ ଲୋକଙ୍କ ମଧ୍ୟରେ ଏକ ଅଜଣା ଆତଙ୍କ ଖେଳି ଯାଇଛି ।

ସୂଚନା ମତାବକ, ଗତକାଲି ବିଳମ୍ବିତ ରାତିରେ ଜଣେ ବ୍ୟକ୍ତିଙ୍କ ଗୁହାଳ ଭିତରେ ୧୦ଟି ମେଣ୍ଢାଙ୍କ ମୃତ୍ୟୁ ଘଟିଛି । ଆଜି ସକାଳେ ଗୁହାଳ କବାଟ ଖୋଲିବା ପରେ ମେଣ୍ଢାଗୁଡ଼ିକର ମୃତଦେହ ରକ୍ତାକ୍ତ ଅବସ୍ଥାରେ ଏଣେତେଣେ ପଡ଼ିଥିବାର ଦେଖିବାକୁ ମିଳିଥିଲା । ୪ ଦିନ ପୂର୍ବରୁ ଗୁଣାଦୋଳା ଗ୍ରାମର ଅନ୍ୟ ଜଣେ ବ୍ୟକ୍ତିଙ୍କ ୧୬ଟି ମେଣ୍ଢାକୁ ମଧ୍ୟ ଏକ ଅଜଣା ଜନ୍ତୁ ଶିକାର କରିଥିଲା । ଏହା ମଧ୍ୟରେ ଗତ ୫ ଦିନ ମଧ୍ୟରେ ୨୬ଟି ମେଣ୍ଡାକୁ ମାରି ସାରିଲାଣି ଅଜଣା ଜନ୍ତୁ ।

ତେବେ ଏହି ଅଜଣା ଜନ୍ତୁକୁ ନେଇ ନାହାଳପୁର ପଞ୍ଚାୟତର ମେଣ୍ଢାଚାଷୀଙ୍କ ମୁଣ୍ଡରେ ଏବେ ପଡ଼ିଛି ଚଡ଼କ । ଖବର ପାଇବା ପରେ ପୋଲିସ ଓ ବନ ବିଭାଗ ଗୁଣାଦୋଳା ଗ୍ରାମରେ ପହଞ୍ଚି ଘଟଣାକୁ ଅନୁଧ୍ୟାନ କରିଛନ୍ତି । ସୂଚନାଯୋଗ୍ୟ ଯେ, ଗତବର୍ଷ ଅଗଷ୍ଟ ମାସରେ ଅଜଣା ଜନ୍ତୁର ପାଦଚିହ୍ନକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା । ଦୁଇବର୍ଷ ତଳେ ନିଆଳି ବ୍ଲକ ଅଧିନ ବିଭିନ୍ନ ଗ୍ରାମରେ ଅଜଣା ଜନ୍ତୁ ଶତାଧିକ ମେଣ୍ଢାଙ୍କ ମୃତ୍ୟୁର କାରଣ ସାଜିଥିଲା । ବର୍ତ୍ତମାନ କଣ୍ଟାପଡ଼ା ବ୍ଲକରେ ପୁଣି ଥରେ ପୁରୁଣା ଆତଙ୍କର ପୁନରାବୃତ୍ତି ଘଟିଛି ।

Related Articles

Back to top button