ରାଜସ୍ୱ ମନ୍ତ୍ରୀଙ୍କ ସୂଚନା: ବର୍ଷରେ ୨୬୩ଟି ପଡ଼ା ଗାଁକୁ ମିଳିଛି ରାଜସ୍ୱ ଗାଁର ମାନ୍ୟତା

ଗୋଟିଏ ବର୍ଷରେ ୨୬୩ଟି ପଡ଼ା ଗାଁକୁ ମିଳିଛି ରାଜସ୍ୱ ଗାଁର ମାନ୍ୟତା । ଆଗକୁ ଆଉ ୧୪୭ଟି ପଡ଼ା ଗାଁକୁ ରାଜସ୍ୱ ଗାଁ ହେବା ନେଇ ବିଚାରଧୀନ ରହିଛି, ଏନେଇ ଗୁରୁବାର ଗୃହରେ ଉତ୍ତର ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ବର୍ତ୍ତମାନ ଟେକ୍ନୋଲୋଜି ମାଧ୍ୟମରେ ମ୍ୟାପ ପରିବର୍ତ୍ତନ ଓ ବାଉଣ୍ଡ୍ରି ଡିମାର୍ଗେସନ କରାଯାଉଛି । ଯେଉଁଥିପାଇଁ କାମ ୬ ରୁ ୭ ଦିନରେ ଶେଷ ହେବ ବୋଲି କହିଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ । ତେବେ ଯେଉଁ ଗାଁ ରାଜସ୍ବ ହେବା ଦରକାର, ସେ ନେଇ ଗାଁ ଲୋକେ ତହସିଲଦାରଙ୍କ ମାଧ୍ୟମରେ ଆବେଦନ କରିବାକୁ କହିଛନ୍ତି ମନ୍ତ୍ରୀ ।

ରାଜସ୍ୱ ଗାଁ ଏକ ସ୍ୱୀକୃତି, ଯେଉଁଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଗରିବ କଲ୍ୟାଣ ଯୋଜନା ମିଳି ପାରିବ । ବିଧାୟକ ଦୁଷ୍ମନ୍ତ ସ୍ୱାଇଁଙ୍କ ପ୍ରଶ୍ନରେ ବିଧାନସଭାରେ ଏହି ଉତ୍ତର ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ମନ୍ତ୍ରୀଙ୍କ କହିବାନୁସାରେ, ବର୍ତ୍ତମାନ ଟେକ୍ନୋଲୋଜି ମାଧ୍ୟମରେ ମ୍ୟାପ ପରିବର୍ତ୍ତନ ଓ ବାଉଣ୍ଡ୍ରି ଡିମାର୍ଗେସନ କରାଯାଉଛି । ଏଥିପାଇଁ କାମା ୬ରୁ ୭ ଦିନ ଭିତରେ ଶେଷ ହେବ । ରାଜସ୍ୱ ଗାଁରେ ସରକାରଙ୍କ ଗରିବ କଲ୍ୟାଣ ଯୋଜନା ମିଳିପାରିବ । ଏଥିସହିତ ଯେଉଁ ଗାଁ ରାଜସ୍ବ ଗାଁରେ ପରିବର୍ତ୍ତନ ହେବା ଦରକାର, ସେନେଇ ଗାଁ ଲୋକେ ତହସିଲଦାରଙ୍କ ମାଧ୍ୟମରେ ଆବେଦନ କରିପାରିବେ ବୋଲି ମନ୍ତ୍ରୀ କହିଛନ୍ତି ।

Related Articles

Back to top button