ନୟାଗଡ଼ର ୨୭ ଗାଁ ପାଣି ଘେରରେ, ୩୨ ସ୍କୁଲ ବନ୍ଦହେଲା

ନୟାଗଡ଼: ଲଗାଣ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଦେଖାଦେଇଛି। ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆସିବା ଫଳରେ ନୟାଗଡ଼ ଜିଲା ଗଣିଆ ବ୍ଲକର ୨୭ ଗାଁ ପାଣି ଘେରରେ ରହିଛି। ମହାନଦୀର ବଡ଼ମୂଳ ମାଳିସାହି ଗେଜ ସେଣ୍ଟରରେ ୪୧ ଫୁଟରେ ବନ୍ୟାଜଳ ବିପଦସଙ୍କୁଳ ଅବସ୍ଥାରେ ପ୍ରବାହିତ ହେଉଛି। ଫଳରେ ରାସଙ୍ଗର ଡ଼ଙ୍କାରସାହି, ଛାମୁଣ୍ଡିଆର ତଳ ବକାର ଓ ବଡ଼ମୂଳ ଗାଁର ଲୋକଙ୍କ ଘରେ ପାଣି ପଶିଛି। ଲୋକେ ଘରୁ ବାହାରକୁ ବାହାରି ପାରୁନାହାନ୍ତି । ବନ୍ୟା ଯୋଗୁ ଗଣିଆ ବ୍ଲକର ୧୧, ଖଣ୍ଡପଡା ବ୍ଲକ ୯, ଭାପୁର ବ୍ଲକର ୧୨ ଏପରି ମୋଟରେ ୩୨ ସ୍କୁଲକୁ ମଙ୍ଗଳବାରରୁ ୩ ଦିନ ପାଇଁ ଶିକ୍ଷାବିଭାଗ ଛୁଟି ଘୋଷଣା କରିଛି।

Related Articles

Back to top button