ଯୁକ୍ତ ୨ ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷା ଫଳାଫଳ ପ୍ରକାଶ, ପୁଣି ଆଗରେ ଛାତ୍ରୀ

ଭୁବନେଶ୍ୱର: ପ୍ରକାଶ ପାଇଲା ଯୁକ୍ତ ୨ ବାଣିଜ୍ୟ ଓ ବିଜ୍ଞାନ ରେଜଲ୍ଟ । ପୁଣି ଥରେ ଛାତ୍ରଙ୍କୁ ପଛରେ ପକାଇ ଆଗରେ ଛାତ୍ରୀ। ଭୁବନେଶ୍ୱରସ୍ଥିତ ପରିସରର ମୂଖ୍ୟାଳୟରେ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି ଓ ବିଭାଗୀୟ ସଚିବ ଅଶ୍ୱଥୀ ଏସ୍ ପରୀକ୍ଷା ଫଳ ପୁସ୍ତିକାକୁ ଉନ୍ମୋଚନ କରିଛନ୍ତି। ଛାତ୍ରଛାତ୍ରୀ www.odisharesults.nic.in ୱେବସାଇଟରୁ ମଧ୍ୟ ରେଜଲ୍ଟ ଦେଖିପାରିବେ। SAMS ପୋର୍ଟାଲରେ ମଧ୍ୟ ପରୀକ୍ଷା ଫଳ ତଥ୍ୟ ଉପଲବ୍ଧ।

ବିଜ୍ଞାନରେ ପାସ୍ ହାର ୮୯୪.୯୩ ପ୍ରତିଶତ ହୋଇଥିବା ବେଳେ ବାଣିଜ୍ୟରେ ପାସ ହାର ୮୧.୧୨ ପ୍ରତିଶତ । ସୂଚନା ଅନୁଯାୟୀ, ଚଳିତବର୍ଷ ୪ଟି ଯାକ ବିଭାଗରେ ପରୀକ୍ଷା ଦେବା ଲାଗି ୩ ଲକ୍ଷ ୫୬ ହଜାର ୪୪୯ ଜଣ ଛାତ୍ରଚାତ୍ରୀ ନାମ ପଞ୍ଜୀକରଣ କରିଥିଲେ । ପ୍ରଥମ ଶ୍ରେଣୀରେ ୩୯,୫୭୩ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ କରିଥିବା ବେଳେ, ଦ୍ୱିତୀୟ ଶ୍ରେଣୀରେ ୨୪,୨୫୭ ଏବଂ ତୃତୀୟ ଶ୍ରେଣୀରେ ୧୪,୮୫୨ ଜଣ ପରୀକ୍ଷାର୍ଥୀ ପାସ୍ କରିଛନ୍ତି ।

ଯୁକ୍ତ ଦୁଇ ବିଜ୍ଞାନ, ବାଣିଜ୍ୟରେ ପୁଅଙ୍କୁ ପଛରେ ପକାଇଲେ ଝିଅ । ବିଜ୍ଞାନରେ ଝିଅଙ୍କ ପାସ୍ ହାର ୮୫.୬୭ ପ୍ରତିଶତ ରହିଥିବା ବେଳେ ପୁଅଙ୍କ ସଫଳତା ହାର ୮୪.୨୮ ପ୍ରତିଶତ । ବାଣିଜ୍ୟରେ ୮୩.୮୭ ପ୍ରତିଶତ ଝିଅଙ୍କ ପାସ୍ ହାର ଥିବା ବେଳେ, ପୁଅଙ୍କ ପାସ୍ ହାର ୮୯.୫୨ ପ୍ରତିଶତ ରହିଛି ।

Related Articles

Back to top button