ଶରଧାବାଲିରେ ପହଞ୍ଚିିଥିଲା ୩ ରଥ : ମଙ୍ଗଳବାରଠୁ ଆଡପ ଦର୍ଶନ କରିବେ ଭକ୍ତ
ରଥଯାତ୍ରାର ଆଜି ଦ୍ବିତୀୟ ଦିନ। ଜନ ସମୁଦ୍ର ବଡଦାଣ୍ଡ। ରତ୍ନବେଦି ଛାଡ଼ି ଜନ୍ମବେଦି ଆସିଛନ୍ତି ମହାବାହୁ। ଅଧାରେ ଅଟକିଥିବା ତିନିରଥକୁ ଟାଣି ନେଇଥିଲେ ଲକ୍ଷଲକ୍ଷ ଭକ୍ତ। ପ୍ରଥମେ ବଡ଼ ଠାକୁରଙ୍କ ତାଳଧ୍ୱଜ ରଥ ଶରଧାବାଲିରେ ପହଞ୍ଚିଥିଲା। ପରେ ମାଆ ସୁଭଦ୍ରାଙ୍କ ଦର୍ପଦଳନ ଓ ମହାପ୍ରଭୁଙ୍କ ନନ୍ଦିଘୋଷ ପହଞ୍ଚିଥିଲା। ଶରଧାବାଲିରେ ନିର୍ଦ୍ଧାରିତ ସମୟ ପୂର୍ବରୁ ପହଞ୍ଚିିଥିଲା ୩ ରଥ । ମଙ୍ଗଳବାରଠୁ ଆଡପ ଦର୍ଶନ କରିବେ ଭକ୍ତ। ଏହାସହ କାଲିଠୁ ଆଡପ ଅବଢା ମଧ୍ୟ ମିଳିବ ।
ସଚନା ଅନୁଯାୟୀ, ତିନି ରଥରେ ଆଜି ସକାଳ ୭ଟା ୩୫ରୁ ୮ ଟା ମଧ୍ୟରେ ମଙ୍ଗଳ ଆଳତି, ଅବକାଶ ଓ ବେଶ ଶେଷ ପରେ ୯ଟା ୨୦ ରେ ଆରମ୍ଭ ହୋଇଥଲା ରଥଟଣା। ରବିବାର ବଡଦାଣ୍ଡରେ ଅଟକି ରହିଥିବା ୩ ରଥକୁ ଆଜି ପୁଣି ଟାଣିଟାଣି ଆଣିଥିଳେ ଶ୍ରଦ୍ଧାଳୁ। ଲକ୍ଷ ଲକ୍ଷ ଲୋକ ତିନି ରଥକୁ ଟାଣି ନେଇଥିଲେ ବଡଦାଣ୍ଡରେ। ଘଣ୍ଟ ଘଣ୍ଟା ବାଦ ଧ୍ୱନିରେ ପ୍ରକମ୍ପିତ ହୋଇପଡିଥିଲା ପରିବେଶ । ଘୋଷଯାତ୍ରାରେ ଦ୍ୱିତୀୟ ଦିନରେ ବି ଲୋକାରଣ୍ୟ ହୋଇପଡିଛି ଶ୍ରୀକ୍ଷେତ୍ର ପୁରୀ । ଭକ୍ତି ଓ ଭାବରେ ଭିଜୁଛି ଶ୍ରୀକ୍ଷେତ୍ର ।