ଅଙ୍ଗନବାଡ଼ିକୁ ଯାଇ ପାଣିରେ ବୁଡ଼ି ୩ ଜଣ ଶିଶୁ ପ୍ରାଣ ହରାଇଛନ୍ତି

କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ପାଣିରେ ବୁଡ଼ି ୩ ଜଣ ଶିଶୁ ପ୍ରାଣ ହରାଇଛନ୍ତି । ସମସ୍ତ ମୃତ ଶିଶୁ ହାଟଡିହି ବ୍ଲକର ପଡ଼ିହାରୀପୁରୀ ପଞ୍ଚାୟତ ଆତ୍ରୁକଣା ଗ୍ରାମର ବୋଲି ଜଣାପଡ଼ିଛି । ମୃତ ଶିଶୁମାନେ ହେଲେ ଲିପ୍ସା ପାତ୍ର (୩), ପାୟଲ ପାତ୍ର (୩.୫) ଓ ଭାରତୀ ପାତ୍ର (୪) । ଅଙ୍ଗନବାଡ଼ିକୁ ଯାଇଥିବା ବେଳେ ଏହି ଅଘଟଣ ଘଟିଥିବା ପ୍ରାଥମିକ ସୂଚନାରୁ ଜଣାପଡ଼ିଛି ।

ମଙ୍ଗଳବାର ଆତ୍ରୁକଣା ଗ୍ରାମର ଲିପ୍ସା ପାତ୍ର, ପାୟଲ ପାତ୍ର ଓ ଭାରତୀ ପାତ୍ର ଆତ୍ରୁକଣା ଅଙ୍ଗନବାଡ଼ି କେନ୍ଦ୍ରକୁ ପାଠ ପଢ଼ିବାକୁ ଯାଇଥିଲେ । ନିକଟସ୍ଥ ପୋଖରୀ ନିକଟରେ ଖେଳୁଥିବା ସମୟରେ ଗୋଡ଼ ଖସିଯିବାରୁ ପାଣିରେ ବୁଡ଼ି ଯାଇଥିଲେ । ସ୍ଥାନୀୟ ଲୋକ ୩ ଶିଶୁଙ୍କୁ ବୁଡ଼ି ଯାଉଥିବାର ଦେଖିଥିଲେ । ଏହା ପରେ ସ୍ଥାନୀୟ ଲୋକ ସେମାନଙ୍କୁ ଖୋଜାଖୋଜି କରି ତୁରନ୍ତ ପାଣିରୁ ଉଦ୍ଧାର କରି ଭଦ୍ରକ ଜିଲ୍ଲା ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ମାତ୍ର ଡାକ୍ତର ସେଠାରେ ତିନି ଜଣଙ୍କୁ ମୃତ ଘୋଷଣା କରିଛନ୍ତି । ତେବେ ଶିଶୁମାନେ ଅଙ୍ଗନବାଡ଼ି କେନ୍ଦ୍ରରୁ ବାହାରକୁ ଚାଲିଯାଇଥିଲେ କି ଘରକୁ ଫେରୁଥିବା ବେଳେ ଏହି ଅଘଟଣ ଘଟିଛି ତାହା ଖବର ସଂଗ୍ରହ ବେଳକୁ ସ୍ପଷ୍ଟ ହୋଇ ନ ଥିଲା ।

Related Articles

Back to top button