୩ଦିନ ଲଗାଣ ବର୍ଷା: ଆସନ୍ତାକାଲି ଠାରୁ ଆହୁରି ବଢିବ ତାତି

ଆସନ୍ତାକାଲି ଠାରୁ ଆହୁରି ବଢିବ ତାତି । ବର୍ଷା ପରେ ଉପରମୁହାଁ ହେବ ପାରଦ । ୩ଦିନ ଲଗାଣ ବର୍ଷା ପରେ ଆଜିଠୁ ପାଗ ବଦଳିଛି । ଆଗାମୀ ୩ଦିନ ମଧ୍ୟରେ ରାଜ୍ୟର ତାପମାତ୍ରା ୮ରୁ ୧୦ ଡିଗ୍ରୀ ଯାଏ ବୃଦ୍ଧି ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି ।

ଉପକୂଳ ଅପେକ୍ଷା ଆଭ୍ୟନ୍ତରୀଣ ଏବଂ ପଶ୍ଚିମ ଓଡିଶାରେ ତାପମାତ୍ରା ପୂର୍ବପେକ୍ଷା ଅଧ‌ିକ ରହିବ । ଅଧିକାଂଶ ସହରର ତାପମାତ୍ରା ମାର୍ଚ୍ଚ ଶେଷ ବେଳକୁ ତାପମାତ୍ରା ୪୦ ଡିଗ୍ରୀ ଯାଏ ରେକର୍ଡ ହେବାର ସମ୍ଭାବନା ରହିଛି । ଉପକୂଳ ଓଡିଶାରେ ତାତି ସ‌ହ ଅସମ୍ଭାଳ ଗୁଳୁଗୁଳି ହେବ।

ଗତ ତିନି ଦିନ ହେଲା ଓଡ଼ିଶାରେ ଅସ୍ୱାଭାବିକ ପାଗ ଲାଗି ରହିଥିଲା। ଟାଇଁ ଟାଇଁ ଖରା ପରେ ଲାଗିରହିଥିଲା ଭୀଷଣ ବର୍ଷା । ପାଗକୁ ପୂରା ଶୀତୁଆ କରି ଦେଇଥିଲା ଅଦିନିଆ ବର୍ଷା ପାଗ। ରାଜ୍ଯକୁ ଶୀତଦିନ ଠାରୁ ଅଧିକ ଥରାଇଥିଲା ଖରା ଦିନିଆ ଶୀତ। ଆଜି ସକାଳୁ ଟ୍ବିନ୍ ସିଟିରେ ଘନ କୁହୁଡ଼ି ଦେଖିବାକୁ ମିଳିଥିଲା।

Related Articles

Back to top button