ତେଲ୍‌ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ

ପାଟଣା: ଲଗାଣ ବର୍ଷାରେ କେନ୍ଦୁଝର ଜିଲା ପାଟଣା-ସାହାରପଡ଼ା ବ୍ଲକ ଦେଇ ପ୍ରବାହିତ ହେଉଥିବା ବିଭିନ୍ନ ନଦୀ ଓ ଶାଖା ନଦୀଗୁଡିକରେ ଜଳସ୍ତର ବୃଦ୍ଧି ପାଇଛି। ସାହାରପଡ଼ା ବ୍ଲକ କୁମୁଳାବାହାଳି ଦେଇ ଯାଇଥିବା ତେଲ ନଦୀର ଜଳସ୍ତର ବଢ଼ି ପୋଲ ଉପରେ ଶନିବାର ୩ ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେଉଛି। ଫଳରେ କେନ୍ଦୁଝର-ସାହାରପଡା ବ୍ଲକରୁ ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ପୋଲ ଉପରେ ପାଣି ଚାଲୁଥିବାରୁ ଲୋକେ ନାହଁି ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଲଗାଣ ବର୍ଷା ଫଳରେ ପାଟଣା ତହସିଲ ପାଟଣା ରାଜସ୍ବ ନିରୀକ୍ଷକ ଅନ୍ତର୍ଗତ ସ୍ବାମ ଗ୍ରାମର ଶକ୍ତି କୁମାର କରଙ୍କ ଟାଇଲ ଘର କାନ୍ଥ ଭୁଶୁଡି ପଡିଛି। ଏଭଳି ଲଗାଣ ବର୍ଷା ଲାଗିରହିଲେ ଆଗକୁ ଆଉ ବହୁ ଲୋକଙ୍କ କଚ୍ଚାଘର ଭାଙ୍ଗିବା ସମ୍ଭାବନାକୁ ଏଡ଼ାଇ ଦେଇ ହେବ ନାହିଁ ବୋଲି ସ୍ଥାନୀୟ ଲୋକେ କହିଛନ୍ତି।

Related Articles

Back to top button