ହକି ଷ୍ଟାଡିୟମ ଭିତରକୁ ସାଧାରଣ ଲୋକେ ପ୍ରବେଶ କରି ମଜା ନେଇ ପାରିବେ, ଜାରି ହେଲା ତାରିଖ ଓ ସମୟ ସୂଚୀ

ଭୁବନେଶ୍ୱର: କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ଓଡ଼ିଶା ଆୟୋଜନ କରୁଛି ହକି ବିଶ୍ୱକପ୍ । ତେଣୁ ଏହି ବିଶ୍ୱସ୍ତରୀୟ ଇଭେଣ୍ଟକୁ ସଫଳତାର ସହ ସମାପନ କରିବା ପାଇଁ ଦିନରାତି ଏକ କରି ଦେଇଛନ୍ତି ରାଜ୍ୟ ସରକାର । ଏହି ଅବସରରେ ରାଜ୍ୟକୁ ଦେଶ ବିଦେଶର ଅନେକ ପର୍ଯ୍ୟଟକଙ୍କ ସୁଅ ଛୁଟିବ । ସେଥିପାଇଁ ଦୁଇ ସହର ରାଜଧାନୀ ଭୁବନେଶ୍ୱର ଓ ରାଉରକେଲାକୁ ଅତ୍ୟନ୍ତ ଆକର୍ଷଣୀୟ ଢଙ୍ଗରେ ସଜାଯାଇଛି ।

ତେବେ ଏହା ମଧ୍ୟରେ ରାଜ୍ୟ ସରକାର ସାଧାରଣ ଜନତାଙ୍କ ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ହକି ଷ୍ଟାଡିୟମ ଭିତରକୁ ସାଧାରଣ ଲୋକେ ପ୍ରବେଶ କରି ମଜା ନେଇ ପାରିବେ । ମ୍ୟାଚ ଦିନରେ ଟିକେଟ ଧାରୀମାନେ ଓ ଅନ୍ୟ ଦିନମାନଙ୍କରେ ସାଧାରଣ ଜନତା ଷ୍ଟାଡିୟମରେ ବୁଲି ପାରିବେ । ଉଭୟ କଳିଙ୍ଗ ଷ୍ଟାଡିୟମ ଓ ବିର୍ସାମୁଣ୍ଡା ଷ୍ଟାଡିୟମରେ ଦର୍ଶକମାନେ ଅପରାହ୍ଣ ୩ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ବୁଲି ପାରିବେ ।

ତେବେ ଦର୍ଶକଙ୍କ ପାଇଁ ଷ୍ଟାଡିୟମରେ ବିଭିନ୍ନ ପ୍ରକାରର ସ୍ୱାଦିଷ୍ଟ ଖାଦ୍ୟ ଓ ଭରପୂର ମନୋରଞ୍ଜନର ବ୍ୟବସ୍ଥା କରାଯାଇଛି । କଳିଙ୍ଗ ଷ୍ଟାଡିୟମରେ ଦର୍ଶକମାନେ ମ୍ୟାଚ ନଥିବା ଦିନ ୧୦, ୧୨, ୧୫, ୧୮, ୨୦, ୨୧, ୨୬, ୨୮ ତାରିଖରେ ପ୍ରବେଶ କରିପାରିବେ । ସେହିପରି ବିର୍ସାମୁଣ୍ଡା ଷ୍ଟାଡିୟମରେ ଦର୍ଶକମାନେ ୧୭, ୧୯, ୨୧, ୨୫, ୨୭, ୨୯ ତାରିଖରେ ପ୍ରବେଶ କରିପାରିବେ । ପୁରୀ ବେଳାଭୂମିରେ ମଧ୍ୟ ହକି ଉତ୍ସବ ଦେଖିବା ପାଇଁ ଅନୁମତି ପ୍ରଦାନ କରାଯାଇଛି । ୧୩ ତାରିଖରୁ ୨୯ ତାରିଖ ମଧ୍ୟରେ ଦର୍ଶକମାନେ ଅପରାହ୍ଣ ୩ରୁ ରାତି ୧୦ ମଧ୍ୟରେ ମଜା ନେଇପାରିବେ ।

Related Articles

Back to top button