
ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ୩ଟି ନୂଆ ଅଗ୍ନିଶମ ସେବା କେନ୍ଦ୍ର: ପ୍ରତ୍ୟେକ କେନ୍ଦ୍ରରେ ୧୫ ଜଣ ଲେଖାଏ ନୂଆ କର୍ମଚାରୀ ନିୟୋଜିତ ହେବେ
ଭୁବନେଶ୍ୱର: ଲୋକମାନଙ୍କ ହିତପାଇଁ ସରକାର ସବୁବେଳେ ବଡ଼ ବଡ଼ ନିଷ୍ପତି ନେଇ ଆସୁଛନ୍ତି। ଆଗକୁ ତାତି ଆହୁରୀ ବଢୁଥିବା ବେଳେ ବେଳେ ବେଳେ ଗରମ ରୁ ମଧ୍ୟ ସର୍ଟ ସର୍କିଟ କିମ୍ବା ଘର ପୋଡି ସମସ୍ୟା ଦେଖିବାକୁ ମିଳେ। ତେବେ ଏଭଳି ସମସ୍ୟାରେ ଯେପରି ରାଜଧାନୀବାସୀ ସମ୍ମୁଖୀନ ନହୁଅନ୍ତି ସେଥି ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଏକ ବଡ଼ ଘୋଷଣା କରିଛନ୍ତି। ଭୁବନେଶ୍ବରରେ ୩ଟି ନୂଆ ଅଗ୍ନିଶମ ସେବା କେନ୍ଦ୍ର ପ୍ରତିଷ୍ଠା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ ଦେଇଛନ୍ତି। ଭୁବନେଶ୍ବରର କ୍ରମବର୍ଦ୍ଧିଷ୍ଣୁ ପରିସର ଓ ଜନସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଅଗ୍ନିଶମ ବ୍ୟବସ୍ଥାକୁ ସୁଦୃଢ କରି ଧନଜୀବନକୁ ସୁରକ୍ଷା ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି।
ଏହି ୩ଟି ଅଗ୍ନିଶମ ସେବା କେନ୍ଦ୍ର ତମାଣ୍ଡୋ, ମଞ୍ଚେଶ୍ବର ଓ ପାହାଳରେ ପ୍ରତିଷ୍ଠା କରାଯିବ। ଏଥିପାଇଁ ୪୫ଟି ପଦବୀ ମଧ୍ୟ ଅନୁମୋଦନ କରାଯାଇଛି । ପ୍ରତ୍ୟେକ କେନ୍ଦ୍ରରେ ୧୫ ଜଣ ଲେଖାଏ କର୍ମଚାରୀ ରହିବେ। ଏଥିରେ ଜଣେ ଷ୍ଟେସନ ଅଫିସର, ଦୁଇ ଜଣ ଲିଡିଂ ଫାୟାରମ୍ୟାନ, ଜଣେ ଡ୍ରାଇଭର-ହାବିଲଦାର, ଜଣେ ଫାୟାରମ୍ୟାନ ଡ୍ରାଇଭର ଓ ୧୦ ଜଣ ଫାୟାରମ୍ୟାନ ଅଛନ୍ତି।