୩୬୦ ଟପିଲା ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତଙ୍କ ସଂଖ୍ୟା

ସ୍କ୍ରବ ଟାଇଫସ ରୋଗକୁ ନେଇ ଚିନ୍ତା ବଢାଇବାରେ ଲାଗିଛି ସୁନ୍ଦରଗଡ଼ ଜିଲ୍ଲା । ଗତକାଲି ସ୍କ୍ରବ ଟାଇଫସ ଆକ୍ରାନ୍ତଙ୍କ ସଂଖ୍ୟା ୩୫୫ରେ ପହଞ୍ଚିଥିବା ବେଳେ ଆଜି ଆଉ ୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ଆଜି ସୁନ୍ଦରଗଡ଼ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୫୫ରେ ପହଁଚିଛି । ଏନେଇ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗତ ଜାନୁ୍ଆରି ମାସରୁ ଆଜି ମଧ୍ୟରେ ମୋଟ ୩୬୧ ଜଣ ସ୍କ୍ରବ୍‌ ଟାଇଫସ୍ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ରୋଗକୁ ରୋକ ଲଗାଇବା ପାଇଁ ଗାଁ ଗାଁରେ ଲୋକଙ୍କୁ ସଚେତନ କରାଯାଉଛି ।

Related Articles

Back to top button