ବ୍ରହ୍ମପୁରରେ କାରରୁ ମିଳିଲା ୩ କିଲୋ ୭ଶହ ଗ୍ରାମ ସୁନା ଓ ୧୮୦ କିଲୋ ରୁପା

ବ୍ରହ୍ମପୁର:  ତାମିଲନାଡ଼ୁରୁ ଏକ ସ୍କୋଡା କାରରେ ବିପୁଳ ପରିମାଣର ସୁନା ଓ ରୁପା ବ୍ରହ୍ମପୁରକୁ ଅଣାଯାଉଥିବା ବେଳେ ସୋରଳ ଜଙ୍କସନ୍‌ରୁ ୩ କିଲୋ ୭ଶହ ଗ୍ରାମ ସୁନା ଓ ୧୮୦ କିଲୋ ରୁପା ଜବତ କଲା ଗୋଳନ୍ଥରା ପୋଲିସ  । ଏସପିଙ୍କ ନିର୍ଦେଶରେ ଗୋଳନ୍ଥରା ଥାନା ପୋଲିସର ଅଧିକାରୀମାନେ ସାଧା ପୋଷାକରେ ପେଟ୍ରୋଲିଂ କରିଥିଲେ।

ଆଜି ଭୋର୍‍ ସମୟରେ କାର୍‍ ଭିତରୁ ପ୍ରାୟ ୩ କିଲୋ ୭ଶହ ଗ୍ରାମ ଓଜନର ସୁନା ଏବଂ ପ୍ରାୟ ୧୮୦ କିଲୋ ରୂପା ମିଳିଥିଲା। କାରରେ ବସିଥିବା ବ୍ୟକ୍ତିମାନେ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ। ଏପରିକି ଆବଶ୍ୟକ ବିଲ୍‍ ମଧ୍ୟ ତାଙ୍କ ପାଖରେ ନଥିଲା। ଥାନାକୁ ଆଣି ଏହାର ତଦନ୍ତ ପାଇଁ ଜିଏସଟି ବିଭାଗ ଏବଂ ଆୟକର ବିଭାଗକୁ ଯୋଗାଯୋଗ କରାଯାଇଛି। ତଦନ୍ତ ପରେ ହିଁ ଘଟଣା ଉପରୁ ପରଦା ହଟିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।

ଅନ୍ୟପଟେ ଦେଖିବାକୁ ଗଲେ ଏହା ପ୍ରଥମ ଘଟଣା ନୁହଁ। ଗତ କିଛି ଦିନ ଭିତରେ ବିପୁଳ ପରିମାଣର ସୁନା, ରୂପା ଏବଂ ନଗଦ ଟଙ୍କା ନେବାଆଣିବା ସମୟରେ ପୋଲିସ ଧରିଛି। ଏନେଇ ବ୍ରହ୍ମପୁରରେ ଏକ ବଡ଼ ଧରଣର ଚୋରା ସୁନା କାରବାର ଚାଲିଥିବା ସନ୍ଦେହ କରାଯାଉଛି।

Related Articles

Back to top button