
ପିହୁ ଅପହରଣ ମାମଲାରେ ଗିରଫ ହେଲେ ୪ ଅଭିଯୁକ୍ତ
ପୋଲିସକର୍ମୀଙ୍କୁ ମିଳିଲା ବଡ଼ ସଫଳତା । ପିହୁ ଅପହରଣ ମାମଲାରେ ଗିରଫ ହେଲେ ୪ ଅଭିଯୁକ୍ତ । ଦେବଗଡ଼ ଜିଲ୍ଲାର ଶିଶୁକନ୍ୟା ପିହୁ ଅପହରଣ ମାମଲାରେ ପୋଲିସ ନେଇଛି ବଡ଼ ଆକ୍ସନ । ପୋଲିସର ତଦନ୍ତ ପରେ ଗିରଫ ହେଲେ ୪ ଅଭିଯୁକ୍ତ । ସେମାନଙ୍କୁ ଗିରଫ କରିବା ସହିତ ତାଙ୍କ ଠାରୁ କାର, ଦୁଇଟି ବାଇକ ଓ ୪ଟି ମୋବାଇଲ ଫୋନ ଜବତ କରିଛି ଦେବଗଡ଼ ପୋଲିସ । ସମସ୍ତ ଅଭିଯୁକ୍ତକୁ ପଚରାଉଚରା କରୁଛି ପୋଲିସ । ଅପହରଣ ପରେ ନାବାଳିକାକୁ ଉଦ୍ଧାର କରିଥିଲେ ପୋଲିସ । ପରେ ୪ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ । ଟଙ୍କା ପାଇଁ ଅପହରଣ ହୋଇଥିଲା ବୋଲି ସୂଚନା ମିଳିଛି । ଅପହରଣର ୧୨ ଘଣ୍ଟା ପରେ ସୁନ୍ଦରଗଡ ଜିଲ୍ଲା ବଡଗାଁ ଥାନା ଅଞ୍ଚଳରୁ ପିହୁକୁ ଉଦ୍ଧାର କରିଥିଲା ପୋଲିସ ।