ସ୍ଥାନାନ୍ତର ପ୍ରକ୍ରିୟାରେ ସମ୍ବଲପୁର ଚିଡିଆଖାନାକୁ ଆସିବେ ୪ ମହାବଳ

ସମ୍ବଲପୁର ଚିଡିଆଖାନାରୁ ଗଲେ ୧୧୫ ଚିତ୍ରା ହରିଣ,ଆସିବେ ୪ ମହାବଳ ବାଘ । ସୂଚନା କ୍ରମେ ଡେବ୍ରିଗଡ ଅଭୟାରଣ୍ଯକୁ ହରିଣ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଥିବା ନେଇ ସେଣ୍ଟ୍ରାଲ ଜୁ ଅଥୋରିଟି ଅନୁମତି ଓ ରାଜ୍ଯ ବନ୍ଯପ୍ରାଣୀ ତତ୍ତ୍ବାବଧାରକଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ପର୍ଯ୍ୟାୟ ପର୍ଯ୍ଯାୟ କ୍ରମେ ସମୁଦାୟ ୧୧୫ ଚିତ୍ରା ହରିଣ ଡେବ୍ରିଗଡ ଅଭୟାରଣ୍ଯ ଯିବାକୁ ଥିବାବେଳେ ପ୍ରଥମ ଦିନରେ ସକାଳ ୩ଟାରେ ୧୨ ଚିତ୍ରା ହରିଣଙ୍କୁ ସମ୍ବଲପୁର ଅଭୟାରଣ୍ୟରୁ ଡେବ୍ରିଗଡ ସ୍ଥାନାନ୍ତର କରାଯାଇଥିଲା ।

ସମ୍ବଲପୁର ଚିଡ଼ିଆଖାନାରୁ ଏହି ୧୧୫ ଚିତ୍ରା ହରିଣଙ୍କୁ ଡେବ୍ରିଗଡ ସ୍ଥାନାନ୍ତର କରାଯିବ । ଏନେଇ ଡେବ୍ରିଗଡ ଅଭୟାରଣ୍ଯ ଡିଏଫଓ ଅଂଶୁପ୍ରଜ୍ଞା ଦାଶ ସୂଚନା ଦେଇଛନ୍ତି । ସମ୍ବଲପୁର ଚିଡିଆଖାନାରେ ହରିଣଙ୍କ ସଂଖ୍ଯା କମାଇବା ସହ ସଂଖ୍ଯା ସମତୁଲ ରଖିବା ପାଇଁ ଏହି ପ୍ରୟାସ କରାଯାଇଛି । ସେହି ଚିତ୍ରା ହରିଣ ମାନଙ୍କୁ ସ୍ଥାନାନ୍ତର କରାଯିବା ପରେ ଆସନ୍ତା ମାସେ ଯାଏଁ ଏହି ହରିଣମାନେ ସେଠାରେ କ୍ଯାରେଣ୍ଟାଇନରେ ରହିବେ । ତେବେ ଏହା ସହ ଡେବ୍ରିଗଡ ଅଭୟାରଣ୍ଯକୁ ୩ଟି ବାଘ ଆସିବା ନେଇ ପୂର୍ବରୁ ଅନୁମତି ମିଳିଥିବାବେଳେ ଅନ୍ଯ ଚିଡିଆଖାନାରୁ ସମ୍ବଲପୁର ଚିଡ଼ିଆଖାନାକୁ ମଧ୍ଯ ୪ଟି ମହାବଳ ଆସିବା ନେଇ ଅନୁମତି ମିଳିଥିବା ଅଂଶୁପ୍ରଜ୍ଞା ଦାଶ କହିଛନ୍ତି । ଏହା ସହ ୪ଟି କୁମ୍ଭୀର ମଧ୍ଯ ଚିଡିଆଖାନାକୁ ଆସିବେ ବୋଲି ସୂଚନା ଦିଆଯାଇଛି ।

Related Articles

Back to top button