
କନ୍ଧମାଳରେ ଚକା ଫାଟି ବସ୍ ଦୁର୍ଘଟଣାଗ୍ରସ୍ତ: ୪୦ ଯାତ୍ରୀ ଆହତ, ୧୫ ଗୁରୁତର
ଫୁଲବାଣୀ: ମୁନିଗୁଡାରୁ ଫୁଲବାଣୀ ଆସୁଥିବା ଘରୋଇ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ଅନ୍ତର୍ଗତ ପଣ୍ଡାଇର୍ପି ମୁଣ୍ଡାସାହିରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ପ୍ରାୟ ୪୦ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ୧୫ ଜଣ ଗୁରୁତର ଅଛନ୍ତି। ସ୍ଥାନୀୟ ଲୋକଙ୍କର ସହାୟତାରେ ସମସ୍ତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତି କରା ଯାଇଛି ।
ଘରୋଇ ଯାତ୍ରୀବାହୀ ବସ୍ ‘ସାଲୁଙ୍କି’ ମଙ୍ଗଳବାର ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଠାରୁ ପ୍ରାୟ ୪୦ ଜଣ ଯାତ୍ରୀଙ୍କୁ ନେଇ ବାହାରିଥିଲା। ବସ୍ଟି ଫୁଲବାଣୀ ଯାଉଥିବା ବେଳେ କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ଅନ୍ତର୍ଗତ ପଣ୍ଡାଇର୍ପି ମୁଣ୍ଡାସାହିରେ ଏହାର ଏକ ଚକା ଫାଟି ଯାଇଥିଲା। ଫଳରେ ବସ୍ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ରିପୋର୍ଟ ଲେଖାଯିବା ବେଳକୁ ଆହତ ଯାତ୍ରୀମାନଙ୍କୁ ଡାକ୍ତରଖାନାକୁ ନିଆଯାଉଛି।