
ମହାଶିବରାତ୍ରି ପାଇଁ ଲିଙ୍ଗରାଜ ମନ୍ଦିରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା
ଫେବ୍ରୁଆରି ୨୬ ତାରିଖରେ ମହାଶିବରାତ୍ରୀ ପାଳନ ପାଇଁ ଭୁବନେଶ୍ୱରର ଐତିହାସିକ ୧୧ ଶତାବ୍ଦୀର ଲିଙ୍ଗରାଜ ମନ୍ଦିରରେ ୪୦ ପ୍ଲାଟୁନ ପୁଲିସ ମୁତୟନ କରାଯିବେ।ମଙ୍ଗଳବାର ଦିନ ଭୁବନେଶ୍ୱରର ଡେପୁଟି ପୁଲିସ କମିସନର ପିନାକ ମିଶ୍ର ଏସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି। ଗଣମାଧ୍ୟମକୁ ସମ୍ବୋଧିତ କରି ଡିସିପି କହିଛନ୍ତି ମହାଶିବରାତ୍ରି ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।
ଆସନ୍ତାକାଲି ବୁଧବାର ଲକ୍ଷାଧିକ ଶ୍ରଦ୍ଧାଳୁ ଲିଙ୍ଗରାଜ ମନ୍ଦିରକୁ ପୂଜା କରିବା ପାଇଁ ଆସିବେ ବୋଲି ଆଶା କରାଯାଉଛି। ଟ୍ରାଫିକ୍ ପରିଚାଳନା, ଏବଂ ସୁରକ୍ଷା ପାଇଁ ଆମେ ପୂର୍ବରୁ ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥା କରିସାରିଛୁ। ଅଗ୍ନିଶମ ବାହିନୀ ସମେତ ଜରୁରୀକାଳୀନ ସେବାର ମଧ୍ୟ ବ୍ୟବସ୍ଥା କରାଯାଇଛି ବୋଲି ସେ କହିଛନ୍ତି।ସେ ଉଲ୍ଲେଖ କରିଛନ୍ତି ଯେ, ବୁଧବାର ଲିଙ୍ଗରାଜ ମନ୍ଦିରରେ ୪୦ ପ୍ଲାଟୁନ୍ ପୁଲିସ ବାହିନୀ ଏବଂ ବିଭିନ୍ନ ପଦର ୧୦୦ରୁ ଅଧିକ ପୁଲିସ ଅଧିକାରୀ ଉପସ୍ଥିତ ରହିବେ।