ପାକିସ୍ତାନରୁ ପୁରୀ ଆସି ଜଗନ୍ନାଥ ଦର୍ଶନ କଲେ ୪୫ ଜଣ ହିନ୍ଦୁ ଭକ୍ତ

ପୁରୀ: ପାକିସ୍ତାନ କରାଚିରେ ରହୁଥିବା ୪୫ ଜଣ ହିନ୍ଦୁ ପୁରୀ ଆସି ଜଗନ୍ନାଥ ଦର୍ଶନ କରିଛନ୍ତି। ଓଡ଼ିଶା ଇଣ୍ଟରନ୍ୟାସନାଲ ସେଣ୍ଟର ପକ୍ଷରୁ ଏମାନଙ୍କୁ ପୁରୀ ଆସିବାରେ ସହଯୋଗ କରାଯାଇଥିଲା। ଶନିବାର ସନ୍ଧ୍ୟାରେ ଏମାନେ ପୁରୀରେ ପହଞ୍ଚି ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। ଏହି ଶ୍ରଦ୍ଧାଳୁଙ୍କ ଭିତରେ ବୃଦ୍ଧ, ମହିଳା ଓ ଶିଶୁ ମଧ୍ୟ ରହିଛନ୍ତି।

ପାକିସ୍ତାନରେ ରହୁଥିବାରୁ ଭାରତ ମାଟିରେ ପାଦ ଦେଇ ଶ୍ରଦ୍ଧାଳୁମାନେ ଖୁସୀ ହୋଇଥିଲେ। ଆଉ ଓଡିଶା ଆସି ଜଗନ୍ନାଥ ଦର୍ଶନ କରିବା ପରେ ଭକ୍ତମାନେ ଭାବବିହ୍ୱଳ ହୋଇଯାଇଥିଲେ। ପୁରୀ ପଣ୍ଡାଙ୍କ ସହାୟତାରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ସହ ଆଶିଷ ଲାଭ କରିଛନ୍ତି।

ଦର୍ଶନ ପୂର୍ବରୁ ସେମାନଙ୍କ ପାସପୋର୍ଟ ଯାଞ୍ଚ କରାଯାଇଥିଲା। ଭଲ କରି ପାସ୍‌ପୋର୍ଟ ପରଖିବା ପରେ ନିୟମ ଅନୁସାରେ ସମସ୍ତଙ୍କୁ ଠାକୁର ଦର୍ଶନ ପାଇଁ ଅନୁମତି ମିଳିଥିଲା। ଦର୍ଶନ କରିସାରିବା ପରେ ପ୍ରତିକ୍ରିୟା ଶ୍ରଦ୍ଧାଳୁମାନେ ଆତ୍ମତୃପ୍ତି ଲଭିଥିବା କହିଛନ୍ତି। ଠାକୁରଙ୍କୁ ଦର୍ଶନ କରି ଆଖି ପୁରି ଉଠିଲା ବୋଲି ଜଣେ ଭକ୍ତ କହିଛନ୍ତି।

Related Articles

Back to top button