
ଉଚ୍ଚ ନ୍ୟାୟାଳୟ ସହ ପରାମର୍ଶ ପରେ ରାଜ୍ୟରେ ୪୬ଟି ନୂଆ ସିଭିଲ୍ ଜଜ୍ କୋର୍ଟ ଗଠିତ ।
ରାଜ୍ୟରେ ୪୬ଟି ନୂଆ ସିଭିଲ୍ ଜଜ୍ କୋର୍ଟ ଗଠିତ ହୋଇଛି । ଉଚ୍ଚ ନ୍ୟାୟାଳୟ ସହ ପରାମର୍ଶ ପରେ ରାଜ୍ୟ ସରକାର ଏହି କୋର୍ଟକୁ ଗଠନ କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ପ୍ରସ୍ତାବକୁ ଅନୁମୋଦନ ଦେବା ପରେ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।ଗଠିତ ହୋଇଥିବା କୋର୍ଟ ଗୁଡିକ ବାଲେଶ୍ୱରର ବାଲିଆପାଳ, ସିମୁଳିଆ, ସୋର, ବାହାନଗା, ଜଳେଶ୍ୱର । ସମ୍ବଲପୁରର ରେଙ୍ଗାଲି, ବାମରା, କୁଚିଣ୍ଡା, ଜମନକିରା । ରାୟଗଡାର ରାୟଗଡା । ପୁରୀର ସତ୍ୟବାଦୀ । କେନ୍ଦୁଝରର ସହରପଡା, ହରିଚନ୍ଦନପୁର, ମୟୁରଭଞ୍ଜର ବହଳଦା, ରାରୁଆଁ, ବିଶୋଇ ଓ ବାରିପଦା ।
ଜଗତସିଂହପୁରର ବାଲିକୁଦା, ନୂଆଗାଁ । ସୁନ୍ଦରଗଡର ବାଲିଶଙ୍କରା, ଲେଫ୍ରିପଡା, ବରଗାଁ ଓ କୁଆଁରମୁଣ୍ଡା । କଟକର ବାରଙ୍ଗ, କଣ୍ଟାପଡା, ସୋନପୁରର ଉଲୁଣ୍ଡା । ବରଗଡର ଭଟଲି, ଝାରସୁଗୁଡାର କୋଲାବିରା, ଖୋର୍ଦ୍ଧାର ବାଣପୁର, କୋରାପୁଟର ପଟାଙ୍ଗୀ । ଯାଜପୁରର ରସୁଲପୁର, କୋରେଇ ଓ ଧର୍ମଶାଳା । କେନ୍ଦ୍ରାପଡାର ମହାକାଳପଡା, ଗରଦପୁର ଓ ମାର୍ଶାଘାଇ । କନ୍ଧମାଳର ଟିକାବାଲି, କେ ନୂଆଗାଁ ଓ ଖଜୁରିଆପଡା । ଭଦ୍ରକର ତିହିଡି, ମାଲକାନଗିରିର ଖଇରପୁଟ, ଢେଙ୍କାନାଳର ଢେଙ୍କାନାଳ, ବଲାଙ୍ଗୀରର ପାଟଣାଗଡ ଓ ଗଞ୍ଜାମର କୁକୁଡାଖଣ୍ଡି, ଧରାକୋଟ ଓ ଗଞ୍ଜାମ ।