
ବାସୁଦେବପୁରରେ ନିଆଁ ଲାଗି ଜଳିଗଲା ୪୬ ବଖରା ଘର
ପଦ୍ମପୁର: ଭଦ୍ରକ ଜିଲା ବାସୁଦେବପୁର ବ୍ଲକର ବାଲିମେଦ ପଞ୍ଚାୟତର ସାହୁସାହିରେ ବୁଧବାର ବିଳମ୍ବିତ ରାତିରେ ନିଆଁ ଲାଗି ୪୬ ବଖରା ଘର ଜଳି ଯାଇଛି।
ତହସିଲଦାର ସୌଭାଗ୍ୟ ରଞ୍ଜନ ପଣ୍ଡା,ବିଡିଓ ସତ୍ୟଜିତ ରାଉତ, ବିଧାୟକଙ୍କ ପ୍ରତିନିଧି ଅସିତ କୁମାର ଦାସ,ବିଜେଡି ସଭାପତି ଦୀନବନ୍ଧୁ ଦାସ, ଚିନ୍ମୟ କୁମାର ବାରିକ,କାଳିନ୍ଦୀ ସାହୁ, ମାନସ ରଞ୍ଜନ ସାହୁ, କୃଷ୍ଣଚନ୍ଦ୍ର ଘଡ଼େଇ, ପ୍ରଫୁଲ୍ଲ ପାଳିତ, ମିନୁ ପଟ୍ଟନାୟକ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ପୀଡ଼ିତମାନଙ୍କୁ ପଲିଥିନ,ଶୁଖିଲା ଖାଦ୍ୟ,ରନ୍ଧା ଖାଦ୍ୟ ଯୋଗାଇ ଦେଇଛନ୍ତି।