
ଖଣ୍ଡାରେ ଜନ୍ମଦିନ କେକ କାଟିବା ମାମଲାରେ ୫ ଅଭିଯୁକ୍ତ ଗିରଫ
ଭୁବନେଶ୍ୱର: ଖଣ୍ଡାରେ ଜନ୍ମଦିନ କେକ କାଟିବା ମାମଲାରେ ପୋଲିସର ଆକ୍ସନ । ଘଟଣାରେ ୫ ଅଭିଯୁକ୍ତଙ୍କୁ ବାନ୍ଧିଛି ପୋଲିସ । ନୟାପଲ୍ଲୀ ଥାନା ପୋଲିସ ଏହି ପାଞ୍ଚ ଅଭିଯୁକ୍ତଙ୍କୁ ଗିରଫ କରିଛି ।
ସୂଚନା ଥାଉକି, ସୋସିଆଲ ମିଡ଼ିଆରେ ନିଜର ଦାଦାଗିରି ଜାହିର୍ କରିବାକୁ ଏମିତି ଉଦ୍ୟମ କରିଥିଲେ କିଛି ଯୁବକ । ଏପରିକି କେକ କାଟିବା ପରେ ସେ ଦୃଶ୍ୟକୁ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲେ । ତେବେ ପାଞ୍ଚ ଜଣଙ୍କ ମଧ୍ୟରେ ଜଣେ ନାବାଳକ ଥିବା ସୂଚନା । ଏନେଇ ସୂଚନା ଦେଇଛନ୍ତି ଡିସିପି ପ୍ରତୀକ ସିଂହ ।