ଅମରନାଥରେ ଫସିଛନ୍ତି ୫ ଓଡ଼ିଆ ଯାତ୍ରୀ

ରାୟଗଡ଼ା: ଅମରନାଥରେ ଶୁକ୍ରବାର ବାଦଲ ଫଟା ବର୍ଷା ଯୋଗୁ ପ୍ରବଳ ପାଣି ମାଡ଼ି ଆସିଥିଲା। ଫଳରେ ୩ ମହିଳାଙ୍କ ସମେତ ୧୬ ଜଣ ମୃତ୍ୟ ଘଟିଛି । ଏବେବି ଅନେକ ଲୋକ ଫସି ରହିଛନ୍ତି। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ତେବେ ଏହି  ଯାତ୍ରାରେ ୫ ଓଡ଼ିଆ ସାମିଲ ଥିଲେ।

ରାୟଗଡା ଜିଲାରୁ ୫ ଜଣ ଅମରନାଥ ଦର୍ଶନ ପାଇଁ ଯାଇଥିବା ବେଳେ ଅଳ୍ପକେ ମୃତ୍ୟୁ ମୁଖରୁ ବଞ୍ଚିଛନ୍ତି। କିନ୍ତୁ ସମସ୍ତଙ୍କ ଜିନିଷ ପତ୍ର ଓ ଟଙ୍କା ଭାସି ଯାଇଛି।

ଯାତ୍ରୀମାନେ ହେଲେ ବସନ୍ତ କୁମାର ସେନାପତି, ସୌମ୍ୟ ରଞ୍ଜନ ପାତ୍ର, କେ ରବି କୁମାର, ଟୁକୁନା ପ୍ରଧାନ ଓ ନିହାର ରଞ୍ଜନ ପାତ୍ର। ଗାଡ଼ି ସୁବିଧା ନ ଥିବାରୁ ସମସ୍ତେ ଅମରନାଥରୁ ଚାଲି ଚାଲି ଯାଉଛନ୍ତି। ଜମୁ ପର୍ଯ୍ୟନ୍ତ ଯିବା ପାଇଁ ସେମାନେ ରାଜ୍ୟ ସରକାରଙ୍କୁ ସହାୟତା ନିବେଦନ କରିଛନ୍ତି।

ସୂଚନାଯୋଗ୍ୟ, ଚଳିତମାସ ୧ ତାରିଖରୁ ସମସ୍ତେ ଅମରନାଥ ଦର୍ଶନ ପାଇଁ ବାହାରିଥିଲେ। ଆସନ୍ତା ୧୭ରେ ଭକ୍ତମାନେ ଫେରିବେ ବୋଲି ଜଣାପଡ଼ିଛି।

Related Articles

Back to top button