
ହାଇୱା ଧକ୍କାରେ ଚାଲିଗଲା ୫ ଜଣଙ୍କର ଜୀବନ
ସୁନ୍ଦରଗଡ଼ରୁ ଆସିଛି ଏକ ବଡ଼ ଖବର । ଗୋଟିଏ ହାଇୱା ଧକ୍କାରେ ୫ ଜଣଙ୍କର ଜୀବନ ଚାଲିଯାଇଛି । ଏଥିସହିତ ଦୁର୍ଘଟଣାରେ ଆଉ ଦୁଇଜଣ ଗୁରୁତର ହୋଇଥିବା ବେଳେ ସେମାନଙ୍କୁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଗୋଟିଏ ଅଟୋକୁ ଏକ ହାଇୱା ଧକ୍କା ଦେବା ଫଳରେ ଏହି ଅଘଟଣ ଘଟିଥିଲା । ସଦନର ଥାନା ତେଲେନଡିହି ଠାରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି ।