ଶ୍ରୀମନ୍ଦିର କଳାହାଟ ଦ୍ୱାର ଲାଗି ୫୦୦ କେଜି ରୁପା ଚାଦର ଆସିଲା

ଶ୍ରୀଗୁଣ୍ଡିଚା ଯାତ୍ରା ସମୟରେ ସମୟରେ ଶ୍ରୀମନ୍ଦିର କଳାହାଟ ଦ୍ୱାର ରୁପା ଛାଉଁଣି କାମ ସାରିବାକୁ ପ୍ରଶାସନ ଲକ୍ଷ୍ୟ ରଖିଛି

ପୁରୀ: ଶ୍ରୀମନ୍ଦିରର କଳାହାଟ ଦ୍ୱାରକୁ ରୁପା ଛାଉଁଣି କରାଯିବ। ଏଥିଲାଗି ଶନିବାର ୫୦୦ କେଜି ରୁପା ଚାଦର ଅଣାଯାଇ ନିଳାଦ୍ରୀ ଭକ୍ତନିବାସରେ ରଖାଯାଇଛି। ଶ୍ରୀଗୁଣ୍ଡିଚା ଯାତ୍ରା ସମୟରେ ମହାପ୍ରଭୁ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ବାହାରି ଯିବେ। ଏହି ସମୟରେ ଉକ୍ତ ଦ୍ୱାର ରୁପା ଛାଉଁଣି କାମ ସାରିବାକୁ ପ୍ରଶାସନ ଲକ୍ଷ୍ୟ ରଖିଛି।

ସୂଚନାଯୋଗ୍ୟ, ଶ୍ରୀମନ୍ଦିରର ୭ ଦ୍ୱାରର ରୂପାଛାଉଣି କାମ ଶେଷ ହୋଇଛି। ଯାହା ମଧ୍ୟରେ ରହିଛି ବେହରଣ ଦ୍ୱାର, ଜୟବିଜୟ ଦ୍ୱାର, ସାତପାହାଚ ଦ୍ୱାର, ଭୋଗମଣ୍ଡପ ଦ୍ୱାର, ଲକ୍ଷ୍ମୀ ମନ୍ଦିର, ଆଦିନୃସିଂହ ମନ୍ଦିର ଓ ବିମଳା ମନ୍ଦିର। କେବଳ କଳାହାଟ ଦ୍ୱାରର ରୁପାଛାଉଣି କାମ ବାକି ରହିଛି। ଏଥିଲାଗି ରୁପାଛାଉଣି ପାଇଁ ମହଜୁଦ ଥିବା ସମସ୍ତ ରୁପା ଚାଦରକୁ ଜିଲା କୋଷାଗାରରୁ ନିଳାଦ୍ରୀ ଭକ୍ତନିବାସକୁ କଡ଼ା ସୁରକ୍ଷା ମଧ୍ୟରେ ସ୍ଥାନାନ୍ତର କରାଯାଇଛି।

Related Articles

Back to top button