ରାଜ୍ୟରେ ପିପିପି ମୋଡରେ ହାଇବ୍ରିଡ୍ ଢାଞ୍ଚାରେ କରାଯିବ ୫୮ଟି ଶୀତଳ ଭଣ୍ତାର
ରାଜ୍ୟରେ ୫୮ଟି ଶୀତଳ ଭଣ୍ତାର ପିପିପି ମୋଡରେ ହାଇବ୍ରିଡ୍ ଢାଞ୍ଚାରେ କରାଯିବ । ଯାହା ଉଭୟ ବୈଦ୍ୟୁତିକ ଓ ସୌରଚାଳିତ ରହିବ ଆଜି ଏନେଇ ଗୃହରେ ଉଭୟ ବିଧାୟକ ଅଶ୍ୱିନୀ ପାତ୍ର ଓ ଗଣେଶ୍ୱର ବେହେରାଙ୍କ ପ୍ରଶ୍ନର ଉତ୍ତର ଦେଇ କରନ ବର୍ଦ୍ଧନ ସିଂଦେଓ ଏନେଇ ସୂଚନା ଦେଇଛନ୍ତି । ସେହିପରି ରାଜ୍ୟରେ ଆଳୁ ଚାଷ ଓ ଉତ୍ପାଦନ ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯିବ ।ସେ ଆହୁରି କହିଛନ୍ତି, ପୂର୍ବ ସରକାରଙ୍କ ଆଳୁ ମିଶନ ଫେଲ୍ ମାରିଛି । ଯେଉଁଥି ପାଇଁ ବର୍ତ୍ତମାନ ପଶ୍ଚିମବଙ୍ଗ ରାଜ୍ୟକୁ ଆଳୁ ଯୋଗାଇବା ପାଇଁ ରାଜି ହେଉ ନାହିଁ । ରାଜ୍ୟରେ ବିଦ୍ୟୁତ ଶୀତଳଭଣ୍ତାର ଗୁଡିକର ପରିଚାଳନା ଦାୟିତ୍ୱ ଚିଟଫଣ୍ତ ଗ୍ରୁପକୁ ଦେଇଥିଲା ହେଲେ ସେମାନେ ଏହି ଅର୍ଥକୁ ବନ୍ଧନ ରଖିବାରୁ ଏହିକାର୍ଯ୍ୟ ହୋଇ ପାରିଲା ନାହିଁ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ।ହେଲେ ଆଗକୁ ରାଜ୍ୟରେ ଆଳୁ ଚାଷ ଉପରେ ଗୁରୁତ୍ୱ ଦିଆଯିବ ଏବଂ ଆଳୁ ଅମଳ ପରେ ଏହାକୁ ମହଜୁଦ ରଖିବା ପାଇଁ ରାଜ୍ୟରେ ୫୮ଟି ଶୀଳତ ଭଣ୍ତାର ଖୋଲାଯିବାର ଯୋଜନା କରାଯାଉଛି ଯାହା ଉଭୟ ବିଦ୍ୟୁତ ଓ ସୌର ଶକ୍ତିରେ ଚାଳିବ ବୋଲି ଆଜି ଗୃହରେ ଉତ୍ତର ରଖିଛନ୍ତି ଉପ ମୁଖ୍ୟମନ୍ତ୍ରୀ ।