ରାଜ୍ୟର ଆଉ ୬ଟି ସହରରେ ମିଳିବ ୫-ଜି ସେବା

ଭୁବନେଶ୍ୱର: ଜିଓ ଟ୍ରୁ 5-G ସେବା ଦେଶର ୧୭ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୫୦ ସହରରେ ମିଳିବ । ଏ ନେଇ ରିଲାଏନ୍ସ ଜିଓ ପକ୍ଷରୁ ମଙ୍ଗଳବାର ଘୋଷଣା କରାଯାଇଛି । ଏହି ୫୦ ସହର ମଧ୍ୟରେ ରହିଛି ଓଡ଼ିଶାର ୬ଟି ସହର । ଏହାକୁ ମିଶାଇ ଦେଶର ୧୮୪ ସହରରେ ଜିଓ ୟୁଜର୍ସମାନେ 5-G ସେବା ପାଇ ପାରିବେ ।

ଓଡ଼ିଶାରେ ପୂର୍ବରୁ ଭୁବନେଶ୍ୱର, କଟକ, ରାଉରକେଲା ଏବଂ ବ୍ରହ୍ମପୁରରେ ଏହି 5-G ସେବା ଉପଲବ୍ଧ ଥିଲା । ଏବେ ଏହି ତାଲିକାରେ ଆଉ ୬ଟି ସହର ସାମିଲ ହୋଇଛି । ସେଗୁଡିକ ହେଲା ବାଲେଶ୍ୱର, ବାରିପଦା, ଭଦ୍ରକ, ଝାରସୁଗୁଡା, ପୁରୀ ଏବଂ ସମ୍ବଲପୁର । ଏହି ସବୁ ସହରର ଜୁଓ ୟୁଜର୍ସମାନେ ଜିଓ ୱେଲକମ ଅଫର ଦ୍ୱାରା ଅନଲିମିଟେଡ ଡାଟା ୧ ଜିବିଏସ ପ୍ଲସ ସ୍ପିଡ ସୁବିଧା ପାଇପାରିବେ । ଏଥିପାଇଁ ଉପଭୋକ୍ତାଙ୍କୁ ଅଧିକ ଦେୟ ଦେବାକୁ ପଡିବ ନାହିଁ ବୋଲି ରିଲାଏନ୍ସ ପକ୍ଷରୁ ଜାରି ଏକ ପ୍ରେସ ରିଲିଜରେ କୁହାଯାଇଛି ।

Related Articles

Back to top button