ସୁନ୍ଦର ବିଶ୍ୱ ପାଇଁ ଶାନ୍ତିର ଗୁରୁତ୍ୱପୂର୍ଣ ଭୂମିକା ରହିଛି: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଧଉଳୀ ଶାନ୍ତି ସ୍ତୁପର ସ୍ୱର୍ଣ୍ଣ ଜୟନ୍ତୀ ସମାରୋହ

ଭୁବନେଶ୍ୱର :  ଶାନ୍ତିର କୌଣସି ବିକଳ୍ପ ନାହିଁ । ସବୁ ଯୁଗରେ ଶାନ୍ତିର ଗୁରୁତ୍ୱପୂର୍ଣ ଭୂମିକା ରହିଛି । ଏକ ସୁନ୍ଦର ବିଶ୍ୱ ଗଢି ତୋଳିବାକୁ ଶାନ୍ତି ହିଁ ଏକମାତ୍ର ବିକଳ୍ପ । ଧଉଳୀ ଶାନ୍ତି ସ୍ତୁପର ସ୍ୱର୍ଣ୍ଣ ଜୟନ୍ତୀ କାର୍ଯ୍ୟକ୍ରମରେ ସାମିଲ ହୋଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି । ମୁଖ୍ୟମନ୍ତ୍ରୀ ଏହି ଅବସରରେ ଆହ୍ୱାନ କରିଛନ୍ତି ଯେ,ଆସନ୍ତୁ ସମସ୍ତେ ମିଶି ଶାନ୍ତିର ବାର୍ତ୍ତାକୁ ପ୍ରଚାର କରିବା ଓ ବିଶ୍ୱକୁ ଆଗାମୀ ପୀଢି ପାଇଁ ଏକ ସୁରକ୍ଷିତ ସ୍ଥାନ ଭାବେ ତିଆରି କରିବା ।
ସେ କହିଛନ୍ତି ଯେ ଓଡିଶାର ଇତିହାସ ଧଉଳୀ ଓ କଳିଙ୍ଗ ଯୁଦ୍ଧରୁ ଆରମ୍ଭ ହୁଏ । ଏହି ଯୁଦ୍ଧରେ ଭୀଷଣ ରକ୍ତପାତ ହୋଇଥିଲା । ଏହା ସତ୍ୱେ ଧଉଳୀ ମାନବିକତାର ନୈତିକ ବିଜୟର ଗୀତ ଗାଉଛି । ଏହା ହେଉଛି ସେହି ସ୍ଥାନ ଯେଉଁ ଠାରେ ଅଶୋକ ବୁଝି ପାରିଥିଲେ ଯେ ଯୁଦ୍ଧ, ରକ୍ତପାତରୁ କିଛି ମିଳେ ନାହିଁ । ସେ ବୌଦ୍ଧ ମତ ଗ୍ରହଣ କରିଥିଲେ। ଧଉଳୀ ବିଶ୍ୱର ଇତିହାସକୁ ବଦଳାଇ ଦେଇଥିଲା ଓ ବୈଶ୍ୱିକ ଶାନ୍ତିର ବାର୍ତ୍ତା ପ୍ରଦାନ କରିଥିଲା ।

ଜାପାନର ବୌଦ୍ଧ ଭିକ୍ଷୁ ତାକାଓ ତାକାଡୋ ଏହି କାର୍ଯ୍ୟକ୍ରମରେ ପୌରହିତ୍ୟ କରିବେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଦେଶରୁ ବୌଦ୍ଧ ସନ୍ୟାସୀ, ବୌଦ୍ଧଭିକ୍ଷୁ, ସାଧୁସନ୍ଥ ଭାଗ ନେଇଛନ୍ତି।

Related Articles

Back to top button