ନାରାୟଣପାଟଣା ଜଗନ୍ନାଥ ମନ୍ଦିରରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ୫ଟି ସଚିବ

କୋରାପୁଟ: କୋରାପୁଟ ଜିଲା ଗସ୍ତରେ ୫ଟି ସଚିବ ଭି.କେ ପଣ୍ଡିଆନ୍। ଗତ କାଲି ବୈପାରିଗୁଡା ବ୍ଲକର ପ୍ରସିଦ୍ଧ ଶୈବ ପୀଠ ପରିଦର୍ଶନ କରିବା ପରେ ଆଜି ବୋରିଗୁମ୍ମା ବ୍ଲକ ଗସ୍ତ କରଛନ୍ତି। ଦକ୍ଷିଣ ଓଡ଼ିଶାର ସବୁଠାରୁ ପୁରାତନ  ନାରାୟଣପାଟଣା ଜଗନ୍ନାଥ ମନ୍ଦିର ଆସି ସେଠାରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଦର୍ଶନ କରି ଆଶୀର୍ବାଦ କରିଥିଲେ । ମନ୍ଦିରର ପୁନରୁଦ୍ଧାର ପାଇଁ ପ୍ରତିଶ୍ରୁତି ବି ଦେଇଥିଲେ।

ପ୍ରଭୁଙ୍କ ଦର୍ଶନ ପରେ ସେ ମନ୍ଦିରର ପୁରୋହିତ ଏବଂ ସ୍ଥାନୀୟ ଲୋକଙ୍କ ସହ କଥା ହୋଇ ସେଠାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ ୫ଟି ସଚିବ  । ପରେ ୫ଟି ସ୍କୁଲ ଯାଇ କାର୍ଯ୍ୟ ତଦାରଖ କରିବା ସହ ପିଲାଙ୍କୁ ମଧ୍ୟ ପାଠ ପଢ଼ାଇଥିଲେ ।   ପଢେଇଗୁଡାଠାରେ ଥିବା କୃଷି ଉଦ୍ୟଗ, ଆଉଳି ରାସ୍ତା କଡର ଫୁଡ଼ କୋର୍ଟ ପରିଦର୍ଶନ  କରି ତାହାର କାର୍ଯ୍ୟ ତଦାରଖ କରିଛନ୍ତି । ଗସ୍ତ ସମୟରେ ତାଙ୍କ ସହ କୋରାପୁଟ ଜିଲାପାଳ ଅବଦୁଲ ଅକତାର  ,ଜୟପୁର ଉପଜିଲ୍ଲାପାଳ ବେଦ ବର ପ୍ରଧାନ ବୋରିଗୁମ୍ମା ବିଡ଼ିଓ ପ୍ରମୁଖ ଉପସ୍ଥିତ ଥିଲେ

ଏହି ଗସ୍ତ ସମୟରେ କ୍ରୀଡ଼ା ସଚିବ ଶ୍ରୀ ଭିନିଲ କ୍ରିଷ୍ଣ ଏବଂ କୋରାପୁଟ ଜିଲ୍ଲାପାଳ ମଧ୍ୟ ଉପସ୍ଥିତ ଥିଲେ। ଏହା ପରେ ପାଣ୍ଡିଆନ୍ ପୋଟାଙ୍ଗୀ ବ୍ଲକର ଦେଓମାଳି ଶିଖର ପରିଦର୍ଶନ କରିଥିଲେ। ସେ ସ୍ଥାନୀୟ SHG ଗୋଷ୍ଠୀଗୁଡିକ ସହିତ ଗୁଣବତ୍ତା ଏବଂ ସ୍ୱଚ୍ଛତା ନିଶ୍ଚିତ କରିବାକୁ ସେମାନଙ୍କୁ ପରାମର୍ଶ ଦେଇଥିଲେ । ବିକାଶ ମୂଳକ କାର୍ଯ୍ୟ ରେ ୫ଟି ସଚିବ ସନ୍ତୁଷ୍ଟି ଜଣାପଡିଛି ।

Related Articles

Back to top button