ଚିଲିକା ପାଣିରେ ବୁଡିଗଲା ୬ ଡଙ୍ଗା

କଣାସ: ଚିଲିକା ହ୍ରଦରେ କାଳବୈଶାଖୀ ପାଲଟି ଯାଇଛି ମହାପ୍ରଳୟ । ସନ୍ଧ୍ୟା ସମୟରେ ହୋଇଥିବା କାଳବୈଶାଖୀ ପ୍ରଭାବରେ ଏକା ସାଙ୍ଗରେ ୬ଟି ଡଙ୍ଗା ବୁଡି ଯାଇଥିବା ଦେଖିବାକୁ ମିଳିଛି । ଏହାସହିତ ୭ଟି ଡଙ୍ଗା ଭାଙ୍ଗିରୁଜି ଚୁରମାର ହୋଇଯାଇଛି । ତେବେ ଏଭଳି ଅଘଟଣରେ ଦୁଇ ଜଣ ମତ୍ସଜୀବୀ ପହଁରି ପହଁରି କୂଳରେ ପହଞ୍ଚିଛନ୍ତି । ତେବେ ଏପର୍ଯ୍ୟନ୍ତ କୌଣସି ମୃତାହତ ଖବର ଜଣା ପଡି ନାହିଁ । ତେବେ ଜଣେ ମତ୍ସ୍ୟଜୀବୀ ନିଖୋଜ ଥିବା ଜାଣିବାକୁ ମିଳିଛି ।

Related Articles

Back to top button