ଅପରାହ୍ନ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୯୬ ପ୍ରତିଶତ ‌ହୋଇଛି ମତଦାନ

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ସୋମବାର ସକାଳ ୭ଟାରୁ ମତଦାନ ଜାରି ରହିଛି। ଅପରାହ୍‌ଣ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୯୬ ପ୍ରତିଶତ ‌ମତଦାନ ହୋଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ କାର୍ଯ୍ୟାଳୟର ସୂତ୍ରରୁ ଏହି ସୂଚନା ମିଳିଛି। ‌ନବରଂଗପୁରରେ ସର୍ବାଧିକ ଓ ବ୍ରହ୍ମପୁରରେ ସବୁଠାରୁ କମ ୫୮ ପ୍ରତିଶତ ମତଦାନ ହୋଇଛି। ସେହିପରି କୋରାପୁଟ ମତଦାନ: ୬୨.୯୬%, ଜୟପୁର:୬୬.୫୮%, କୋରାପୁଟ:୫୫.୩୫%, ଲଷ୍ମୀପୂର :୫୮.୬୬%, ପଟାଙ୍ଗୀ :୫୮.୫୦%, ରାୟଗଡା:୬୩.୨୦%, କୋଟପାଡ଼ :୬୫.୬୭%(ନବରଙ୍ଗପୁର ଲୋକସଭା ), ବିଷମ କଟକ : ୬୭.୯୯%, ଗୁଣୁପୁର :57.44% ମତଦାନ ହୋଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ କହିଛନ୍ତି, ନବରଂଗପୁର ଲୋକସଭା ଆସନରେ ସନ୍ଧ୍ୟା ୫ଟା ସୁଦ୍ଧା ନବରଂଗପୁରରେ ୬୮.୮୪ ପ୍ରତିଶତ, କଳାହାଣ୍ଡିରେ ୬୭.୩୭ ୯%, କେରାପୁଟରେ ୬୧.୨୨% ମତଦାନ ହୋଇଛି। ସେହିପରି ନୂଆପଡ଼ାରେ ୬୬.୩୫, ଗଜପତିରେ ୬୩.୭୧ ରାୟଗଡ଼ାରେ ୬୨.୯୬ ପ୍ରତିଶତ ମତଦାନ ହୋଇଛି।

Related Articles

Back to top button